କନକ ବ୍ୟୁରୋ: ଅନଲାଇନ୍ ଗେମ୍ ଚଳାଇବା ଅଭିଯୋଗରେ କର୍ଣ୍ଣାଟକ କଂଗ୍ରେସ ବିଧାୟକ ଗିରଫ। ସଂସଦରେ ଗୃହୀତ ଅନଲାଇନ ଗେମିଂ ବିଲ୍ ଉପରେ ରାଷ୍ଟ୍ରପତି ମୋହର ମାରିବାର ପରଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରି ତାଙ୍କୁ ଗିରଫ କରିଛି। ତାଙ୍କ ଘରୁ ଜବତ ହୋଇଛି କୋଟିକୋଟି ଟଙ୍କା ଓ ମୂଲ୍ୟବାନ ଅଳଙ୍କାର।...
କର୍ଣ୍ଣାଟକର କଂଗ୍ରେସ ବିଧାୟକ କେ.ସି ବୀରେନ୍ଦ୍ର । ତାଙ୍କ ଘରୁ ଜବତ ହୋଇଛି ଏହି ବିପୁଳ ପରିମାଣର ଟଙ୍କା, ସୁନା ଓ ରୁପା ଅଳଙ୍କାର ସହିତ ସୁନା ବିସ୍କୁଟ । ଆଲମିରାରେ ଥାକଥାକ ହୋଇ ରଖାଯାଇଛି ନୋଟ୍ । ଏଥିରେ ୧୨ କୋଟି ଟଙ୍କାର ଭାରତୀୟ ନୋଟ୍ ସହିତ କୋଟିଏ ଟଙ୍କାର ବିଦେଶୀ ମୁଦ୍ରା ବି ରହିଛି। ରହିଛି ମାଳମାଳ ଲଗଜୁରି ଗାଡ଼ି । ସୁନା ଓ ରୁପା ମଧ୍ୟରେ ୬ କୋଟି ଟଙ୍କାର ସୁନା ଓ ୧୦ କିଲୋ ରୁପା ଅଛି। ଏହା ବ୍ୟତୀତ ୧୭ଟି ବ୍ୟାଙ୍କ ଆକାଉଣ୍ଟ, ଦୁଇଟି ଲକରକୁ ଫ୍ରି୍ଜ୍ କରାଯିବା ସହିତ କଳାଧନକୁ ଧଳା କରିବା ସମ୍ପର୍କିତ ବହୁ କାଗଜପତ୍ର ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି। କର୍ଣ୍ଣାଟକର କଂଗ୍ରେସ ବିଧାୟକ କେ.ସି ବୀରେନ୍ଦ୍ର ଅନଲାଇନରେ ଗେମ୍ ଚଳାଉଥିବା ଅଭିଯୋଗ ହୋଇଥିଲା।
ଅନ୍ ଲାଇନ ଗେମ୍ ବ୍ୟାନ୍ ପାଇଁ ସଂସଦର ଉଭୟ ଗୃହରେ ବିଲ୍ ଗୃହୀତ ହୋଇଛି। ବିଲକୁ ରାଷ୍ଟ୍ରପତି ଅନୁମୋଦନ କରିବାର ଦିନକ ପରେ କର୍ଣ୍ଣାଟକର ବିଭିନ୍ନ ସ୍ଥାନ ସମେତ ଗୋଆ, ମୁମ୍ବାଇ ଗାଙ୍ଗଟକ୍, ଯୋଧପୁର, ଆଦି ୩୧ଟି ସ୍ଥାନରେ ଚଢ଼ାଉ କରିଛି ଇଡି। ଗୋଆର ୫ଟି କ୍ୟାସିନୋରେ ମଧ୍ୟ ଚଢ଼ାଉ କରାଯାଇଛି। ବିଧାୟକ କେ.ସି ବୀରେନ୍ଦ୍ର କିଙ୍ଗ୍ 567, ରାଜା 567 ଆଦି ନାମରେ ଅନଲାଇନ ଗେମ୍ ଓ ବେଟିଂ ସାଇଟ୍ ଚଳାଉଥିଲେ। ତାଙ୍କ ଭାଇ କେ.ସି ଥିପ୍ଲେସ୍ବାମୀ ଦୁବାଇରେ ଚଳାଉଛନ୍ତି ୩ଟି କମ୍ପାନି । ଆଉଜଣେ ଭାଇ କେ.ସି ନାଗରାଜ ଓ ପୁଅ ପୃଥ୍ବୀ ଏନ. ରାଜ୍ ମଧ୍ୟ ଏହି କାରବାରରେ ସମ୍ପୃକ୍ତ ଥିବା ଅନୁସନ୍ଧାନରୁ ଜଣାପଡ଼ିଛି । ବିଧାୟକ କେ.ସି ବୀରେନ୍ଦ୍ର ଗାଙ୍ଗଟକରେ ଏକ ଲ୍ୟାଣ୍ଡ କ୍ୟାସିନୋ ଲିଜ୍ ପାଇଁ ଯାଇଥିବା ବେଳେ ତାଙ୍କୁ ସେଠାରୁ ଇଡି ଗିରଫ କରିଛି । ସେଠାରେ ଏକ ଅଦାଲତରେ ହାଜର କରିବା ପରେ ଟ୍ରାନଜିଟ୍ ରିମାଣ୍ଡରେ ବେଙ୍ଗାଳୁରୁ ଆଣୁଛି ଇଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/23/dcscw-2025-08-23-22-11-47.jpg)