କନକ ବ୍ୟୁରୋ : କର୍ଣ୍ଣାଟକ ବିଜେପି ବିଧାୟକ ଏନ୍ ମୁନିରତ୍ନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳା ଥାନାରେ ସାଂଘାତିକ ଅଭିଯୋଗ କରିଛନ୍ତି । ବିଧାୟକ ତାଙ୍କୁ ବିଧାନସଭା, ବିକାସୌଧରେ ଓ ତାଙ୍କ ସରକାରୀ ଗାଡ଼ି ଭିତରେ ଦୁଷ୍କର୍ମ କରିଥିବା ମହିଳା ଜଣଙ୍କ ଅଭିଯୋଗରେ ଲେଖିଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ସାମ୍ନାକୁ ଆସିଛି । ଆରଆର୍ ନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଦୁଷ୍କର୍ମ ଓ ହନି ଟ୍ରାପ୍ ଅଭିଯୋଗରେ ଗିରଫ ହେବା ପରେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ବିଧାୟଙ୍କୁ ବର୍ତ୍ତମାନ ଏସଆଇଟି କଷ୍ଟିଡିକୁ ନେଇଛି । ହେଲେ ବିଧାୟକ କିନ୍ତୁ ଅଭିଯୋଗକୁ ସମ୍ପୂର୍ଣ୍ଣ ମିତ୍ୟା ବୋଲି କହିଛନ୍ତି । ଅନ୍ୟପଟେ ଅଭିଯୋଗ ଲାଗିବା ପରେ କଂଗ୍ରେସ ନେତା ଦୁଷ୍କର୍ମ ହୋଇଥିବା ସ୍ଥାନଗୁଡ଼ିକରେ ଶୁଦ୍ଧିକରଣ କରାଇଛନ୍ତି । କଂଗ୍ରେସ ନେତା ମନୋହରଙ୍କ ନେତୃତ୍ୱରେ ଏହି ଶୁଦ୍ଧିକରଣ କାର୍ୟ୍ୟକ୍ରମ ହୋଇଥିଲା । ଘଟଣାରେ ପୁଲିସ ମନୋହରଙ୍କୁ ମଧ୍ୟ ଅଟକ ରଖିଛି ।
କର୍ଣ୍ଣାଟକ ବିଧାୟକଙ୍କ କଳା କାରନାମା
କର୍ଣ୍ଣାଟକ ବିଜେପି ବିଧାୟକ ଏନ୍ ମୁନିରତ୍ନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ
ପୀଡ଼ିତା ମହିଳା କରିଛନ୍ତି ଚାଞ୍ଚଲ୍ୟକର ଖୁଲାସା
ବିଧାୟକ କରିଥିଲେ ବିଧାନସଭା ଓ ନିଜ କାର ଭିତରେ ଦୁଷ୍କର୍ମ
ଆରଆର୍ ନଗର ନିର୍ବାଚନ ମଣ୍ଡଳୀର ବିଧାୟକ ବିତାର ବିଭଗୀୟ ହାଜତରେ ଅଛନ୍ତି
ଦୁଷ୍କର୍ମ ଓ ହନି ଟ୍ରାପ୍ ଅଭିଯୋଗରେ ଗିରଫ ହୋଇଛନ୍ତି ଏନ୍ ମୁନିରତ୍ନ
ବିଧାୟଙ୍କୁ ବର୍ତ୍ତମାନ ଏସଆଇଟି କଷ୍ଟିଡିକୁ ନେଇଛି
ବିଧାୟକ କିନ୍ତୁ ଅଭିଯୋଗକୁ ସମ୍ପୂର୍ଣ୍ଣ ମିତ୍ୟା ବୋଲି କହିଛନ୍ତି