କର୍ଣ୍ଣାଟକ ନେତୃତ୍ବ ପରିବର୍ତ୍ତନ ଚର୍ଚ୍ଚା ଉପରେ ବିରାମ : ବଦଳିବନି କ୍ୟାବିନେଟ

Advertisment

କର୍ଣ୍ଣାଟକରେ କ୍ଷମତା କନ୍ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା  ବେଙ୍ଗାଲୁର ରେ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ସାକ୍ଷାତ କରିଛନ୍ତି

କର୍ଣ୍ଣାଟକରେ କ୍ଷମତା କନ୍ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା  ବେଙ୍ଗାଲୁର ରେ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ସାକ୍ଷାତ କରିଛନ୍ତି

KARNATAK

Photograph: (KANAKNEWS)

କନକବ୍ୟୁରୋ : କର୍ଣ୍ଣାଟକରେ କ୍ଷମତା କନ୍ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା  ବେଙ୍ଗାଲୁର ରେ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ସାକ୍ଷାତ କରିଛନ୍ତି  ।  କ୍ଷମତା ବଣ୍ଟନ ଓ ମନ୍ତ୍ରିମଣ୍ଡଳ ପୁନର୍ଗଠନ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି ।  ପୂର୍ବ ନିର୍ଦ୍ଧାରିତ ଫର୍ମୁଲା ଅନୁୟାୟୀ,  ଅଢ଼େଇ ବର୍ଷ ପରେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା କଥା ଓ ଉପମୁଖ୍ୟମନ୍ତ୍ରୀ ଡି.କ ଶିବକୁମାର ନୂଆ ମୁଖ୍ୟମନ୍ତ୍ରୀ ହେବା କଥା ।  କିନ୍ତୁ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ରାଜି ନଥିବାରୁ ଡେ.କେ ଶିବକୁମାରଙ୍କ କିଛି ସମର୍ଥକ ଦିଲ୍ଲୀରେ ପହଞ୍ଚି ଲବି କରୁଛନ୍ତି ।  ସେପଟେ ଶିବକୁମାର କହିଛନ୍ତି,ସେ  ଦଳରେ ବିଭାଜନ ଚାହାନ୍ତି ନାହିଁ ।  ଗୋଷ୍ଠୀ ଗଠନ ତାଙ୍କ ରକ୍ତରେ ନାହିଁ    ।

ଅଧିକ ପଢନ୍ତୁ... ଏଣିକି ଆବାସିକ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି : ବଡ଼ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ

ଦଳର ରାଜ୍ୟ ସଭାପତି ଭାବେ ସମସ୍ତ ୧୪୦ ଜଣ ବିଧାୟକ ତାଙ୍କର  । କ୍ୟାବିନେଟ୍ ପୁନର୍ଗଠନ ନେଇ କସରତ  ଚାଲିଛି ।  କିଛି ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଦିଲ୍ଲୀରେ ଚେଷ୍ଟା କରୁଛନ୍ତି  । ଏଥିରେ ତାଙ୍କର କିଛି କରିବାର ନାହିଁ ବୋଲି ଶିବକୁମାର କହିଛନ୍ତି ।  ସିଦ୍ଦରମୈୟା ୫ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ ବୋଲି କହିଥିବାରୁ ଡି.କେ ଶିବକୁମାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି  ।   କିନ୍ତୁ ଶିବ କୁମାର ଯାହା କହିଲେ ବି  ସ୍ଥିତିରୁ ସ୍ପଷ୍ଟ ହେଉଛି ଯେ କର୍ଣ୍ଣାଟକରେ କ୍ଷମତା କନ୍ଦଳରେ ପୂରା ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ  ।    

ଅଧିକ ପଢନ୍ତୁ...  ମୁଖ୍ୟମନ୍ତ୍ରୀ ସିଟକୁ ନେଇ କଳି; କଂଗ୍ରେସ ମୁଖିଆଙ୍କୁ ଭେଟିଲେ ସିଦ୍ଧରମୈୟା

କର୍ଣ୍ଣାଟକରେ କ୍ଷମତା କନ୍ଦଳ
ଖଡ଼ଗେଙ୍କୁ ଭେଟିଲେ ସିଦ୍ଦରମୈୟା
ମୁଖ୍ୟମନ୍ତ୍ରୀ ପଡ଼ ଛାଡ଼ିବାକୁ ନାରାଜ 
ଦିଲ୍ଲୀରେ ଡି.କେ ସମର୍ଥକଙ୍କ ଲବି
ଡି.କେ କହିଲେ, ଗୋଷ୍ଠୀ ଗଠନ ତାଙ୍କ ରକ୍ତରେ ନାହିଁ 
ମନ୍ତ୍ରୀ ହେବାକୁ ବିଧାୟକ ଲବି କରୁଥିବେ: ଡି.କେ
ଅଢ଼େଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ବଦଳିବା କଥା 
ଶିବକୁମାରଙ୍କ ବିବୃତି ପରେ ବି ସ୍ଥିତି ବଦଳିନାହିଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe