ବିବାଦରେ କର୍ଣ୍ଣାଟକ ଗୃହମନ୍ତ୍ରୀ, ବଡ଼ ସହରରେ ଅସଦାଚରଣ ସାଧାରଣ ଘଟଣା କହିଲେ

ବିବାଦରେ କର୍ଣ୍ଣାଟକ ଗୃହମନ୍ତ୍ରୀ । ଜି.ପରମେଶ୍ବେରଙ୍କ ବୟାନ, ବଡ଼ ସହରରେ ଅସଦାରଚଣ ଘଟଣା ସାଧାରଣ କଥା । ବିରୋଧୀଙ୍କ ତୁମ୍ବିତୋଫାନ ।

karanatak

Photograph: (kanaknews)

କନକ ବ୍ୟୁରୋ: କର୍ଣ୍ଣାଟକରେ ବଢ଼ୁଛି ଅପରାଧ । ବିଶେଷ କରି ମହିଳାଙ୍କ ପ୍ରତି ଅସଦାଚରଣ ବଢ଼ିବାରେ ଲାଗିଛି  । ନିକଟରେ ସିସିଟିଭିରେ ଏକ ଭିଡିଓ କଏଦ ହୋଇଥିଲା ଯେଉଁଥିରେ ଦୁଇଜଣ ଯୁବତୀଙ୍କୁ ଜଣେ ଯୁବକ ପିଛା କରି ଦୁବ୍ୟହାର କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣାକୁ ନେଇ ଯେତେବେଳେ କର୍ଣ୍ଣାଟକ ଗୃହମନ୍ତ୍ରୀଙ୍କୁ ପ୍ରଶ୍ନ କରାଗଲା ସେତେବେଳେ ମନ୍ତ୍ରୀ ମହୋଦୟ କହିଛନ୍ତି ବଡ ବଡ ସହରରେ ଏଭଳି ଘଟଣା ଏକ ସାଧାରଣ କଥା । ପୁଲିସ ତା ବାଟରେ କାମ କରୁଛି । ମନ୍ତ୍ରୀଙ୍କ ଏହି ବୟାନ ନିଆଁ ପରି ପ୍ରଚାର ହେବା ପରେ ବିଜେପି ଏହାକୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ କହି ବିରୋଧ କରିବା ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe