କନକ ବ୍ୟୁରୋ : କର୍ଣ୍ଣାଟକର ହାସନରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗଣେଶ ବିସର୍ଜନ ସମୟରେ ଏକ ଅନିୟନ୍ତ୍ରିତ କଣ୍ଟେନର ଶୋଭାଯାତ୍ରାରେ ପଶିଯାଇଥିଲା । କଣ୍ଟେନରଟି ହାସନରୁ ହୋଲେନରସିପୁର ଆଡ଼କୁ ଯାଉଥିଲା । ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ହାସନ ଡେପୁଟି କମିସନର କେ.ଏସ୍. ଲତା କୁମାରୀ କହିଛନ୍ତି ଯେ ଆହତମାନଙ୍କର ଏଚ.ଆଇ.ଏମ.ଏସ. ହସ୍ପିଟାଲରେ ଚିକିତ୍ସା ଚାଲିଛି । ଜଣଙ୍କର ଅବସ୍ଥା ଗୁରୁତର ରହିଛି , ୭ ଜଣଙ୍କର ଚିକିତ୍ସା ଚାଲିଛି ଏବଂ ସେମାନଙ୍କ ଅବସ୍ଥା ଠିକ୍ ଥିବା କୁହାଯାଉଛି । ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ମୋସଲେ ହୋସାଲ୍ଲୀରେ ଏକ କଣ୍ଟେନର ଶୋଭାଯାତ୍ରା ଭିତରକୁ ପଶିଯାଇଥିଲା ଏବଂ ଅନେକ ଲୋକଙ୍କୁ ଚାପି ଦେଇଥିଲା । ଦୁର୍ଘଟଣାରେ କଣ୍ଟେନର ଚାଳକ ମଧ୍ୟ ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଶୋଭାଯାତ୍ରା ଆଗକୁ ବଢ଼ୁଥିଲା ଏବଂ ଏଥିରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ସାମିଲ ଥିଲେ । ଶୋଭାଯାତ୍ରାରେ ଇଞ୍ଜିନିୟରିଂ କଲେଜର ଛାତ୍ରମାନେ ମଧ୍ୟ ଉପସ୍ଥିତ ଥିଲେ । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଲୋକଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କରିଛନ୍ତି ।
Deeply shocked and anguished by the horrific incident in Hassan district where a speeding truck ran over a Ganesh Visarjan procession, killing 8 people and leaving over 25 seriously injured.
— Shobha Karandlaje (@ShobhaBJP) September 12, 2025
Such reckless acts are unforgivable. My heartfelt condolences to the bereaved families… pic.twitter.com/8ftTEa8Uy4
ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା
ଦୁର୍ଘଟଣାକୁ ନେଇ ସିଏମ ସିଦ୍ଧରମୈୟା ଦୁଃଖ ପ୍ରକାଶ କରିବା ସହ ଏକ୍ସ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, "ହାସନରେ ଗଣେଶ ବିସର୍ଜନ ପାଇଁ ଯାଉଥିବା ଏକ ଶୋଭାଯାତ୍ରାକୁ ଲରି ଧକ୍କା ଦେବା ଫଳରେ ଅନେକ ଲୋକଙ୍କ ମୃତ୍ୟୁ ଏବଂ ୨୦ରୁ ଅଧିକ ଲୋକ ଗୁରୁତର ହେବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ପ୍ରାର୍ଥନା କରୁଛି ଯେ ମୃତକଙ୍କ ଆତ୍ମାକୁ ଶାନ୍ତି ମିଳୁ ଏବଂ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ।" ଏହା ସହିତ ସିଦ୍ଧରମୈୟା ମୃତକଙ୍କ ପରିବାରକୁ ୫-୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି । ଘଟଣାରେ ଆହତ ହୋଇଥିବା ଲୋକଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ ।
ଏହି ଘଟଣାରେ କର୍ଣ୍ଣାଟକର ପୂର୍ବତନ ସିଏମ ଏଚ.ଡି. କୁମାର ସ୍ୱାମୀ ଏକ୍ସ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, "ଦୁର୍ଘଟଣାର ଖବର ଶୁଣି ମୋତେ ଗଭୀର ଆଘାତ ଲାଗିଛି, ଯେଉଁଥିରେ ଅନେକ ଲୋକଙ୍କ ଜୀବନ ଚାଲିଗଲା ଏବଂ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଏହା ଅତ୍ୟନ୍ତ ଦୁଃଖଦ ଯେ ଶୋଭାଯାତ୍ରା ସମୟରେ ଏକ ଟ୍ରକ ଧକ୍କାରେ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି । ଈଶ୍ୱର ଦିବଂଗତ ଆତ୍ମାମାନଙ୍କୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖ ସହିବାକୁ ଶକ୍ତି ପ୍ରଦାନ କରନ୍ତୁ । ମୁଁ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି ।’’