କର୍ଣ୍ଣାଟକ ସରକାରଙ୍କ ବଡ ନିଷ୍ପତ୍ତି,  ଋତୁସ୍ରାବଜନିତ ସମସ୍ୟା ପାଇଁ ବର୍ଷକୁ ୧୨ ଦିନ ମହିଳା ନେଇପାରିବେ ଛୁଟି

ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ହେବ ଲାଗୁ । ଦେଶରେ ଏଭଳି ନିଷ୍ପତ୍ତି ନେବାରେ ହେବ ପ୍ରଥମ ରାଜ୍ୟ ।

ଋତୁସ୍ରାବ ପାଇଁ କର୍ଣ୍ଣାଟକର ବଡ ନିଷ୍ପତ୍ତି

ଋତୁସ୍ରାବ ପାଇଁ କର୍ଣ୍ଣାଟକର ବଡ ନିଷ୍ପତ୍ତି Photograph: (KanakNews)

କନକ ବ୍ୟୁରୋ:  କର୍ଣ୍ଣାଟକରେ ମହିଳାଙ୍କ ପାଇଁ ଲାଗୁହେବ ମାସିକ ଋତୁସ୍ରାବ ଜନିତ ଛୁଟି । ଉଭୟ ସରକାରୀ ଓ ଘରୋଇ ଅଫିସରେ ଏହି ନିୟମ ଲାଗୁ ହେବ ।  ମହିଳାମାନେ ପ୍ରତିମାସରେ ଗୋଟିଏ ସବୈତନିକ ଛୁଟି ପାଇବେ ।

ଏଭଳି ମହିଳାଙ୍କୁ ବର୍ଷକୁ ୧୨ଟି ଛୁଟି ମିଳିବ ।  ଏ ସମ୍ପର୍କିତ ନୀତିକୁ କର୍ଣ୍ଣାଟକ କ୍ୟାବିନେଟ ମଞ୍ଜୁରୀ ଦେଇଛି ।  ଏହି ନିୟମ ସମସ୍ତ ସରକାରୀ, ଆଇଟି ସେକ୍ଟର, ବହୁରାଷ୍ଟ୍ରୀୟ କମ୍ପାନୀ  ଓ ଅନ୍ୟାନ୍ୟ ଘରୋଇ କମ୍ପାନୀରେ ଲାଗୁ ହେବ । ଏଭଳି ନିୟମ ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ ହେବ କର୍ଣ୍ଣାଟକ ।  ଏହାଦ୍ବାରା କାର୍ଯ୍ୟକ୍ଷେତ୍ରରେ ଭଲ ପରିବେଶ ସୃଷ୍ଟି ହେବ ବୋଲି  ସରକାରଙ୍କ ପକ୍ଷରୁ କୁହାଯାଇଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe