କନକ ବ୍ୟୁରୋ: କର୍ଣ୍ଣାଟକରେ ମହିଳାଙ୍କ ପାଇଁ ଲାଗୁହେବ ମାସିକ ଋତୁସ୍ରାବ ଜନିତ ଛୁଟି । ଉଭୟ ସରକାରୀ ଓ ଘରୋଇ ଅଫିସରେ ଏହି ନିୟମ ଲାଗୁ ହେବ । ମହିଳାମାନେ ପ୍ରତିମାସରେ ଗୋଟିଏ ସବୈତନିକ ଛୁଟି ପାଇବେ ।
ଏଭଳି ମହିଳାଙ୍କୁ ବର୍ଷକୁ ୧୨ଟି ଛୁଟି ମିଳିବ । ଏ ସମ୍ପର୍କିତ ନୀତିକୁ କର୍ଣ୍ଣାଟକ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଏହି ନିୟମ ସମସ୍ତ ସରକାରୀ, ଆଇଟି ସେକ୍ଟର, ବହୁରାଷ୍ଟ୍ରୀୟ କମ୍ପାନୀ ଓ ଅନ୍ୟାନ୍ୟ ଘରୋଇ କମ୍ପାନୀରେ ଲାଗୁ ହେବ । ଏଭଳି ନିୟମ ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ ହେବ କର୍ଣ୍ଣାଟକ । ଏହାଦ୍ବାରା କାର୍ଯ୍ୟକ୍ଷେତ୍ରରେ ଭଲ ପରିବେଶ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/10/karnataka-2025-10-10-07-58-58.jpg)