କନକ ବ୍ୟୁରୋ : ଏଥରକ ନାଁ ସିଦ୍ଦରମୈୟା ଡାକିଥିଲେ ନା ଶିବକୁମାର । ଟେବୁଲ ଉପରେ ଚର୍ଚ୍ଚାର ମଙ୍ଗ ସମ୍ଭାଳିଥିଲେ କର୍ଣ୍ଣାଟକ କ୍ୟାବିନେଟ୍ ମନ୍ତ୍ରୀ ସତୀଶ ଜାରକିହାଲି । ଗୁରୁବାର ବେଲଗାବୀରେ ମନ୍ତ୍ରୀଙ୍କ ଘରେ ଡିନର ପାର୍ଟି ଆୟୋଜିତ ହୋଇଥିଲା । ସବୁଠୁ ବଡ଼ କଥା ହେଉଛି ଏହି କାର୍ଯ୍ୟକ୍ରମରେ କେବଳ ସିଦ୍ଦରମୈୟା ଓ ତାଙ୍କ ଗୋଷ୍ଠୀଙ୍କୁ ନିମନ୍ତ୍ରଣ ମିଳିଥିଲା । ସମର୍ଥନ ଜଣାଉଥିବା ୩୦ ଜଣ ବିଧାୟକଙ୍କ ସହ ଡିନର ପାର୍ଟିରେ ପହଞ୍ଚିଥିଲେ ସିଦ୍ଦରମୈୟା । ବୈଠକର ମୁଖ୍ୟ ଏଜେଣ୍ଡା ଥିଲା କେମିତି ତୁଟିବ ବିବାଦ? ଦୀର୍ଘ ୩ମାସ ଧରି ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଚାଲିଥିବା ଟଣାଓଟଣା ବନ୍ଦ ପାଇଁ ସିଦ୍ଦରମୈୟା ଓ ଶିବକୁମାରଙ୍କ ମଧ୍ୟରେ ଦୁଇ ଦୁଇଥର ବ୍ରେକଫାଷ୍ଟ ବୈଠକ ବସିଥିଲେ ବି କୌଣସି ନିର୍ଯ୍ୟାସ ବାହାରିପାରିନି । ତେଣୁ ହାଇକମାଣ୍ଡଙ୍କ ନିର୍ଦ୍ଦେଶକ୍ରମେ ଉଭୟ ଗୋଷ୍ଠୀକୁ ନେଇ ଭିନ୍ନଭିନ୍ନ ବୈଠକ କରି ବାଟ ଖୋଜିବାକୁ ବାହାରିଛି ପ୍ରଦେଶ କଂଗ୍ରେସ ।
ଅଧିକ ପଢ଼ନ୍ତୁ : ପୁଣି କର୍ଣ୍ଣାଟକ କଳି ତେଜିଲା: ଜାନୁଆରି ୬ରେ ଶପଥ ନେବେ ଡିକେ ଶିବକୁମାର?
ପଦ ଛାଡ଼ିବାକୁ ସିଦ୍ଦରମୈୟା ପ୍ରସ୍ତୁତ ନଥିବା ବିଧାନସଭାରେ ତାଙ୍କ ସଦ୍ୟତମ ବୟାନରୁ ସ୍ପଷ୍ଟ ହେଉଛି । ଶପଥପାଠ ସମୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ କୌଣସି ଅଢ଼େଇବର୍ଷିଆ ଚୁକ୍ତି ହୋଇନଥିଲା ଓ ଆଗକୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସିଦ୍ଦରମୈୟାଙ୍କ ଦୃଢ଼ୋକ୍ତି ସାମ୍ନାକୁ ଆସିଛି । ସେପଟେ ଡିସେମ୍ବର ୨୭ରେ ଉଭୟଙ୍କୁ ହାଇକମାଣ୍ଡ ଦିଲ୍ଲୀ ଡାକିପାରନ୍ତି ।
ଅଧିକ ପଢ଼ନ୍ତୁ : କର୍ଣ୍ଣାଟକ କଂଗ୍ରେସର ତୁଟି ଗଲା କି କଳି ? ଗୋଟିଏ ଟେବୁଲକୁ ଆସିଲେ ଡି.କେ ଓ ସିଦ୍ଧରମୈୟା
୨୦୨୩ ବିଧାନସଭା ନିର୍ବାଚନ ପରେ ନେତୃତ୍ବ ନେଇ ସିଦ୍ଦରମୈୟା ଓ ଡି.କେ ଶିବକୁମାରଙ୍କ ମଧ୍ୟରେ ଅଚଳାବସ୍ଥା ଲାଗି ରହିଥିଲା । ଉଭୟ ଅଢ଼େଇ-ଅଢେଇ ବର୍ଷ ପାଳି କରି ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରତିଶ୍ରୁତି ପାଇଥିଲେ । ପରେ ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିଲେ । ସିଦ୍ଦରମୈୟାଙ୍କ ଅଢ଼େଇ ବର୍ଷିଆ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ଶେଷ ହେବା ପରେ ପ୍ରତିଶ୍ରୁତିକୁ ମନେ ପକାଇ ମୁଖ୍ୟମନ୍ତ୍ରୀ ହେବାକୁ ଜିଦ୍ ଧରିଛନ୍ତି ଡି.କେ ଶିବକୁମାର ।
Follow Us