‘ଅପେକ୍ଷା କରନ୍ତୁ, ମୁଁ କଲ୍ କରିବି...’କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କଳି ଭିତରେ ଡିକେଙ୍କୁ ରାହୁଲଙ୍କ ଉତ୍ତର

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଚେୟାରକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । କର୍ଣ୍ଣାଟକର ବିଧାୟକମାନେ ଲଗାତାର ଦିଲ୍ଲୀ ଦୌଡ଼ୁଥିବାବେଳେ, ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମର୍ଥକ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସେଇବାକୁ ଲାଗିପଡ଼ିଛନ୍ତି । ଆଉ ଏହାରି ଭିତରେ ଗୋଟିଏ ଖବର ଏବେ ସବୁଠି ଚର୍ଚ୍ଚା ସୃଷ୍ଟି କରିଛି ।

karnataka politics

karnataka politics Photograph: (KANAK NEWS)

କନକ ବ୍ୟୁରୋ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଚେୟାରକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । କର୍ଣ୍ଣାଟକର ବିଧାୟକମାନେ ଲଗାତାର ଦିଲ୍ଲୀ ଦୌଡ଼ୁଥିବାବେଳେ, ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମର୍ଥକ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସେଇବାକୁ ଲାଗିପଡ଼ିଛନ୍ତି । ଆଉ ଏହାରି ଭିତରେ ଗୋଟିଏ ଖବର ଏବେ ସବୁଠି ଚର୍ଚ୍ଚା ସୃଷ୍ଟି କରିଛି । କର୍ଣ୍ଣାଟକର କଳି ଭିତରେ ଡିକେ ଶିବକୁମାରଙ୍କୁ ରାହୁଲ କହିଛନ୍ତି, ଅପେକ୍ଷା କରନ୍ତୁ, ମୁଁ କଲ୍ କରିବି ।

ଜାଣିରଖିବା ଉଚିତ ଯେ, କର୍ଣ୍ଣାଟକରେ ଦୀର୍ଘ ସମୟ ଧରି ଚାଲିଥିବା ନେତୃତ୍ୱ ବିବାଦ ଲାଗି ରହିଛି ।  ଆଉ ଏହାରି ଭିତରେ ରାହୁଲ ଗାନ୍ଧୀ ଶିବକୁମାରଙ୍କ ସହିତ ଯୋଗାଯୋଗ କରିବାକୁ ଏକ ସପ୍ତାହ ଚେଷ୍ଟା କରିବା ପରେ ତାଙ୍କ ନିଜ ଢଙ୍ଗରେ ଏହି ପ୍ରସଙ୍ଗରେ ଉତ୍ତର ଦେଇଛନ୍ତି । ଦଳୀୟ ସୂତ୍ର ଅନୁସାରେ, ଡିକେ ଶିବକୁମାର ଦୀର୍ଘ ସମୟ ଧରି ଆଭ୍ୟନ୍ତରୀଣ ଘଟଣାବଳୀ ବିଷୟରେ ରାହୁଲ ଗାନ୍ଧୀଙ୍କ ସହ କଥା ହେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଏବେ ରାହୁଲ ଗାନ୍ଧୀ ଏକ ଛୋଟ ହ୍ୱାଟସଆପ୍ ମେସେଜ ସହିତ ଉତ୍ତର ଦେଇଛନ୍ତି: " ଅପେକ୍ଷା କରନ୍ତୁ, ମୁଁ ଆପଣଙ୍କୁ ଫୋନ୍ କରିବି।"

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦ ପରିବର୍ତ୍ତନ ନେଇ ଚର୍ଚ୍ଚା ଭିତରେ ଶିବକୁମାର ନଭେମ୍ବର ୨୯ ତାରିଖରେ ଦିଲ୍ଲୀ ଗସ୍ତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସୂତ୍ର ଅନୁସାରେ ସେ ସେହିଦିନ ଦିଲ୍ଲୀ ଫେରିବାକୁ ଥିବା ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ ପାଇଁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ସେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବା ପରେ କର୍ଣ୍ଣାଟକ ସମସ୍ୟାର ସମାଧାନ କରିବେ।

ଆହୁରି ପଢ଼ନ୍ତୁ : ବନ୍ଦ ହେବ କି ରୁଷ-ୟୁକ୍ରେନ ଯୁଦ୍ଧ; ଆବୁଧାବିରେ ଚାଲିଛି ବୈଠକ

ଗତ ସପ୍ତାହରେ ଅର୍ଥାତ ନଭେମ୍ବର ୨୦ ତାରିଖରେ, କର୍ଣ୍ଣାଟକର ସିଦ୍ଧରମୈୟା ସରକାର ଏହାର ପାଞ୍ଚ ବର୍ଷ କାର୍ଯ୍ୟକାଳର ପ୍ରଥମ ଅଢ଼େଇ ବର୍ଷ ପୂରଣ କରିଥିଲା। ଯାହାପରେ ହିଁ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ନେଇ କଥା ଉଠିଥିଲା । ଅଢ଼େଇ ବର୍ଷ ପୂର୍ବେ ଯେତେବେଳେ ୨୦୨୩ରେ କଂଗ୍ରେସ କର୍ଣ୍ଣାଟକରେ କ୍ଷମତାକୁ ଫେରିଥିଲା, ମୁଖ୍ୟମନ୍ତ୍ରୀ ପଦ ନେଇ ସେତେବେଳେ ପ୍ରତିଯୋଗିତା ହୋଇଥିଲା। ଆଉ ଦୀର୍ଘ ଆଲୋଚନା ପରେ, ଦଳର ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଧରମୈୟାଙ୍କ ନାମକୁ ଅନୁମୋଦନ କରିଥିଲେ। ତା'ପରେ ଦାବି କରାଯାଇଥିଲା ଯେ ଦୁଇ ନେତା ପ୍ରତ୍ୟେକେ ଅଢ଼େଇ ବର୍ଷ ବାଣ୍ଟି ବାଣ୍ଟି ମୁଖ୍ୟମନ୍ତ୍ରୀ ଚେୟାରରେ ବସିବେ । ଆଉ ଏବେ ଅଢ଼େଇ ବର୍ଷ ପୂରଣ ହେବା ପରେ ଡିକେ ଶିବକୁମାରଙ୍କ ସମର୍ଥକମାନେ ସେହି ଦାବି ପୁଣିଥରେ ଉଠାଇଛନ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe