କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କୁ ବଡ଼ ଝଟକା । ମୁଦ୍ଦା ଦୁର୍ନୀତିରେ ସିଦ୍ଧରମେୟା ଓ ତାଙ୍କ ପରିବାରର ସଂପୃକ୍ତି ନେଇ ଇଡିର ରିପୋର୍ଟ

Advertisment

ଇଡିର ରିପୋର୍ଟ ଅନୁଯାୟୀ ୫୬ କୋଟି ଟଙ୍କାର ଦୁର୍ନୀତି ହୋଇଛି। ସର୍ବସାଧାରଣଙ୍କ ବିକାଶ ପାଇଁ ମୁଦା ପୂର୍ବରୁ ଅଧିକୃତ କରିଥିବା ଜମି ପାଇଁ ପୁଣି ଥରେ ବିଜ୍ଞପ୍ତି ଜାରି କରାଯାଇଥିଲା ବୋଲି ଇଡି କହିଛି।

ଇଡିର ରିପୋର୍ଟ ଅନୁଯାୟୀ ୫୬ କୋଟି ଟଙ୍କାର ଦୁର୍ନୀତି ହୋଇଛି। ସର୍ବସାଧାରଣଙ୍କ ବିକାଶ ପାଇଁ ମୁଦା ପୂର୍ବରୁ ଅଧିକୃତ କରିଥିବା ଜମି ପାଇଁ ପୁଣି ଥରେ ବିଜ୍ଞପ୍ତି ଜାରି କରାଯାଇଥିଲା ବୋଲି ଇଡି କହିଛି।

29fdaef

29fdaef Photograph: (29fdaef)

କନକ ବ୍ୟୁରୋ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କୁ ବଡ଼ ଝଟକା। ମୁଦ୍ଦା ଦୁର୍ନୀତିରେ ସିଦ୍ଦରମେୟା ଏବଂ ତାଙ୍କ ପରିବାରର ରହିଛି ସମ୍ପୃକ୍ତି। ଏନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଛି। ମହୀସୁର ଅର୍ବାନ ଡେଭଲପମେଣ୍ଟ ଅଥୋରିଟି(ମୁଦ୍ଦା) ଦୁର୍ନୀତିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଇଡି ଦର୍ଶାଇଛି। ଇଡିର ରିପୋର୍ଟ ଅନୁଯାୟୀ ୫୬ କୋଟି ଟଙ୍କାର ଦୁର୍ନୀତି ହୋଇଛି। ସର୍ବସାଧାରଣଙ୍କ ବିକାଶ ପାଇଁ ମୁଦା ପୂର୍ବରୁ ଅଧିକୃତ କରିଥିବା ଜମି ପାଇଁ ପୁଣି ଥରେ ବିଜ୍ଞପ୍ତି ଜାରି କରାଯାଇଥିଲା ବୋଲି ଇଡି କହିଛି। ସିଦ୍ଦରମେୟା ଏହି ସମୟରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଏବଂ ମୁଦା ବୋର୍ଡର ସଦସ୍ୟ ଥିଲେ। ବେଆଇନ ଭାବେ ସିଦ୍ଦରମେୟଙ୍କ ପତ୍ନି ବିଏମ ପ୍ରଭାଥୀଙ୍କୁ ୧୪ଟି ସ୍ଥାନରେ ଜମି ଯୋଗାଇ ଦିଆଯାଇଥିଲା। ମୁଦ୍ଦା କମିଶନର ଡିବି ନଟେଶଙ୍କ ରାଜନେତାଙ୍କ ସମ୍ପର୍କ ଥିବାରୁ ଏଭଳି ଦୁର୍ନୀତି ସମ୍ଭବ ହୋଇଥିଲା ବୋଲି ଇଡି କହିଛି। ତେବେ ଏହି ଦୁର୍ନୀତିରେ ଅଧିକ ଆର୍ଥକ କାରବାର ଉପରେ ତଦନ୍ତ ଜାରି ରଖିଛି ଇଡି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe