କନକ ବ୍ୟୁରୋ : କର୍ଣ୍ଣାଟକରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ମନା। ଡିଜିଟାଲ ଦୁନିଆରେ ପିଲାମାନଙ୍କ ସୁରକ୍ଷା ପାଇଁ କର୍ଣ୍ଣାଟକ ସରକାର ନେଇଛନ୍ତି ଏକ ବଡ଼ ପଦକ୍ଷେପ । ରାଜ୍ୟରେ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ଶୁକ୍ରବାର ନିଜ ବଜେଟ୍ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ସିଦ୍ଦରାମୈୟା ଏହି ସୂଚନା ଦେଇଛନ୍ତି। ମୋବାଇଲ ଓ ଇଣ୍ଟରନେଟର ଅତ୍ୟଧିକ ବ୍ୟବହାର ଯୋଗୁଁ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବ ଓ ଡିଜିଟାଲ ନିଶାକୁ ରୋକିବା ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ।

Advertisment

ଅଧିକ ପଢ଼ନ୍ତୁ : ସୋସିଆଲ ମିଡିଆ ନିଶା କ’ଣ ପ୍ରକୃତରେ ଏକ ରୋଗ ? କ’ଣ କହିଲେ ଇନଷ୍ଟାଗ୍ରାମ ମୁଖ୍ୟ ?

  • କର୍ଣ୍ଣାଟକରେ ପିଲାଙ୍କୁ ସୋସିଆଲ ମିଡିଆ ମନା
  • ୧୬ ବର୍ଷରୁ କମ୍ ପିଲାଙ୍କୁ ସୋସିଆଲ ମିଡିଆ ବ୍ୟବହାର ବାରଣ
  • ମୋବାଇଲ ଓ ଇଣ୍ଟରନେଟର ଅତ୍ୟଧିକ ବ୍ୟବହାର ଯୋଗୁଁ ପିଲାଙ୍କ ମାନସିକ ସ୍ବାସ୍ଥ୍ୟ ଖରାପ ହେଉଛି
  • କୁପ୍ରଭାବ ଓ ଡିଜିଟାଲ ନିଶାକୁ ରୋକିବା ଏହି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର
  • ପ୍ରଥମ ରାଜ୍ୟ ଭାବେ ଏହିଭଳି କଟକଣା ଲଗାଇଛନ୍ତି କର୍ଣ୍ଣାଟକ ସରକାର
  • ଅଷ୍ଟ୍ରେଲିଆ ପୂର୍ବରୁ ଏହିଭଳି ନିୟମ ଲାଗୁ କରିଛି 
  • ଏବେ ଭାରତର ଟେକ୍-ହବ୍ କୁହାଯାଉଥିବା କର୍ଣ୍ଣାଟକ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଛି
  • ଗୋଆ ଓ ଆନ୍ଧ୍ରପ୍ରଦେଶ ମଧ୍ୟ ସମାନ ନିୟମ ଉପରେ ବିଚାର କରୁଛନ୍ତି