କନକ ବ୍ୟୁରୋ : ପହଲଗାମ ଆକ୍ରମଣର କଡାଗଣ୍ଡା କରି ପ୍ରତିଶୋଧ ନେଇଛି ଭାରତ । ନିରୀହ ୨୮ ପର୍ଯ୍ୟଟକଙ୍କ ହତ୍ୟାର ପ୍ରତିଶୋଧ ନେଇଛି ଭାରତୀୟ ସେନା । ଆଉ ଭାରତୀୟ ସେନାକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି ସରକାର ଓ ବିରୋଧୀ ଦଳ । ଗତକାଲି ମଧ୍ୟରାତ୍ରରେ ଭାରତୀୟ ବାୟୁସେନା ଓ ସ୍ଥଳ ସେନାର ମିଳିତ ଆକ୍ରମଣରେ ଥରି ଉଠିଛି ପାକିସ୍ତାନ ଓ ଆତଙ୍କୀଙ୍କ ନିଦ ହଜିଯାଇଛି । ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ ଟାର୍ଗେଟ୍ କରିଥିଲା । ଏଥିରେ ଅନେକ ଆତଙ୍କୀ କ୍ୟାମ୍ପ ମାଟିରେ ମିଶିଥିବା ଦେଖିବାକୁ ମିଳିଛି । 

Advertisment

ଏସବୁ ଦେଖିବା ପରେ ପହଲଗାମ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଲେଫ୍ଟନାଣ୍ଟ ଜେନରାଲ  ବିନୟ ନରୱାଲଙ୍କ ସହ କରନାଲରେ ଉତ୍ସବର ମାହୋଲ । ଭାରତୀୟ ସେନାର ଆକ୍ରମଣ ଖବର ପାଇବା ପରେ କରନାଲ ସହରର ଲୋକମାନେ ଅଧରାତିରେ ଡିଜେ ବଜାଇ ଉତ୍ସବ ମନାଇଛନ୍ତି । ପାର୍କରେ ମଣ୍ଣିଂୱର୍କ କରୁଥିବା ଲୋକମାନେ ମଧ୍ୟ ଭାରତୀୟ ସେନାର ଜୟଜୟକାର କରିଛନ୍ତି । ସେମାନେ କହିଛନ୍ତି କି, ଯିଏ ମରିଗଲେ ତାଙ୍କୁ ତ ଆଉ ଫେରାଇ ଆଣିହେବ ନାହିଁ, ହେଲେ ପ୍ରତିଶୋଧ ନେଇ ସେମାନଙ୍କ ଆତ୍ମାକୁ ଶାନ୍ତି ଦିଆଯିବ ।