କନକ ବ୍ୟୁରୋ : ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ସୁନୀଲ ଦର୍ଶନ ଯିଏକି ୧୯୯୦ ଏବଂ ୨୦୦୦ ଦଶକରେ ଅନେକ ଉଲ୍ଲେଖନୀୟ ହିନ୍ଦୀ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇ ବେଶ୍ ଲୋକପ୍ରିୟ ହୋଇଛନ୍ତି । ନିକଟରେ ସେ ଅଭିନେତ୍ରୀ କରିସ୍ମା କପୁର ଏବଂ ସ୍ୱର୍ଗତ ବ୍ୟବସାୟୀ ସଞ୍ଜୟ କପୁରଙ୍କ ବ୍ୟକ୍ତିଗତ ଜୀବନ ଏବଂ ସମସ୍ୟାପୂର୍ଣ୍ଣ ବୈବାହିକ ଜୀବନ ଉପରେ ଟିପ୍ପଣୀ କରିଥିଲେ । ଯିଏ କରିସ୍ମା ଏବଂ କପୁର ପରିବାର ସହିତ ଉତ୍ତମ ବୃତ୍ତିଗତ ଏବଂ ବ୍ୟକ୍ତିଗତ ସମ୍ପର୍କ ରଖିଛନ୍ତି ସୁନୀଲ ଦର୍ଶନ । ନିକଟରେ କରିସ୍ମା ତାଙ୍କ ବିବାହ ସମୟରେ ଯେଉଁ ସବୁ ସମସ୍ୟାର ସାମ୍ନା କରିଥିଲେ ସେ ବିଷୟରେ ଖୋଲାଖୋଲି ଭାବରେ ସେ କହିଛନ୍ତି । କରିସ୍ମାଙ୍କ ବିବାହ ବିଷୟରେ କହିବାକୁ ଯାଇ ଦର୍ଶନ କହିଛନ୍ତି ଯେ ଦୁହିଁଙ୍କ ମଧ୍ୟରେ ପ୍ରଥମରୁ ହିଁ "ମତଭେଦ" ଥିଲା । କରିସ୍ମା ଜଣେ ବଲିଉଡ୍ ତାରକା ଥିବା ସତ୍ତ୍ୱେ ଗୃହିଣୀ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ତାଙ୍କ କହିବା ଅନୁସାରେ, ସେ ଚଳଚ୍ଚିତ୍ର ଜଗତର ଚାକଚକ୍ୟଠାରୁ ଦୂରରେ ରହି ପରିବାର ଉପରେ ଧ୍ୟାନ ଦେବାକୁ ଚାହୁଥିଲେ ଏବଂ ଏକ ଶାନ୍ତିପୂର୍ଣ୍ଣ ଜୀବନ ବଞ୍ଚିବାକୁ ଚାହୁଥିଲେ । 

Advertisment
karishma
karishma Photograph: (Google)

ଦର୍ଶନ ଆହୁରି ମଧ୍ୟ କହିଛନ୍ତି ଯେ କରିସ୍ମା ଦିଲ୍ଲୀର ଉଚ୍ଚ-ସୋସାଇଟି ଜୀବନଶୈଳୀର ଅଂଶ ହେବାକୁ ଚାହୁନଥିଲେ ବରଂ ସେ ସରଳ ଜୀବନ ଜିଇଁବାକୁ ଚାହୁଥିଲେ । କିନ୍ତୁ ତାଙ୍କର ପରିଚୟ ଏବଂ ମୂଲ୍ୟବୋଧ ସଞ୍ଜୟଙ୍କ ପରିବାର ସହ ମେଳ ଖାଉନଥିଲା । ଦର୍ଶନ ଏହା ମଧ୍ୟ ସୂଚାଇଛନ୍ତି ଯେ ତାଙ୍କୁ ବୋଧହୁଏ ଜଣେ ବ୍ୟକ୍ତି ଭାବରେ ନୁହେଁ ବରଂ କେବଳ ଏକ ଟ୍ରଫି ଭାବରେ ଦେଖାଯାଉଥିଲା । ସେ କହିଛନ୍ତି, "ତାଙ୍କୁ ଏପରି ଏକ ଦୁନିଆରେ ରଖାଯାଇଥିଲା ଯାହା ତାଙ୍କର ନଥିଲା । ଦିଲ୍ଲୀର ନିଜସ୍ୱ ସଂସ୍କୃତି ଅଛି ଏବଂ ସେ ସେଥିରେ ଖାପ ଖୁଆଇ ପାରୁନଥିଲେ । ତାଙ୍କ ପାଖରେ ମାଳ ମାଳ ଗାଡ଼ି ଥିଲା ଏବଂ ସେ ଏକ ବିରାଟ ଘରେ ରହୁଥିଲେ କିନ୍ତୁ ସେ ଦୁନିଆ ତାଙ୍କୁ ଭଲ ଲାଗୁନଥିଲା । 

Karishma_Kapoor_Sunjay_Kapur
Karishma_Kapoor_Sunjay_Kapur Photograph: (google)

କରିସ୍ମା କପୁର ଜଣେ ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ତଥା ସିନେମା ଜଗତର କିଂବଦନ୍ତୀ ରାଜ କପୁରଙ୍କ ନାତୁଣୀ । ୨୦୦୩ ରେ ସେ ସଞ୍ଜୟ କପୁରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୨୦୧୬ ପର୍ଯ୍ୟନ୍ତ ସେ ଦାମ୍ପତ୍ୟ ଜୀବନରେ ଖୁସିରେ ଥିଲେ ଏବଂ ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । କରିସ୍ମାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଝିଅ ସମାଇରା ଏବଂ ପୁଅ କିଆନ୍ ବିଦେଶରେ ଅଧ୍ୟୟନରତ ।  କରିସ୍ମାଙ୍କଠାରୁ ଅଲଗା ହେବା ପରେ ସଞ୍ଜୟ ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ । ତେବେ ସଞ୍ଜୟଙ୍କ ଦେହାନ୍ତ ପରେ କରିସ୍ମା ତାଙ୍କ ଭଉଣୀ କରିନା ଏବଂ ଭିଣୋଇ ସୈଫ ଅଲ୍ଲି ଖାନଙ୍କ ସହ ନୂଆଦିଲ୍ଲୀରେ ସଞ୍ଜୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ।

karisma33
karisma33 Photograph: (google)