କରିସ୍ମାଙ୍କୁ ତାଙ୍କ ବାପା କହିଥିଲେ, ‘କପୁର ନାଁକୁ କେବେ ତଳେ ପକାଇବୁ ନାହିଁ’

ଅଭିନୟ ପାଇଁ କରିସ୍ମାଙ୍କୁ ଉତ୍ସାହିତ କରିଥିଲେ ବାପା ରଣଧୀର କପୁର ।

କପୁର ନାଁକୁ କେବେ ତଳେ ପକାଇବୁ ନାହିଁ’

କପୁର ନାଁକୁ କେବେ ତଳେ ପକାଇବୁ ନାହିଁ’ Photograph: (kanaknews)

କନକ ବ୍ୟୁରୋ: କପୁର ପରିବାର ପ୍ରଥମ ଝିଅ ଯିଏକି ଅଭିନୟ ଜଗତରେ ପାଦ ଦେଇଥିଲେ । ଯେତେବେଳେ କରିସ୍ମା କପୁର ଡେବ୍ୟୁ କରିଥିଲେ ସେତେବେଳେ ବାପା ରଣଧୀର କହିଥିଲେ , କପୁର ନାଁକୁ କେବେ ତଳେ ପକାଇବୁନି । କରିସ୍ମା ଏକ ସାକ୍ଷାତକାରରେ କହିଥିଲେ, ଲୋକମାନେ କୁହନ୍ତି ଯେ କପୁର ପରିବାରର ଝିଅମାନଙ୍କୁ ବାହାରେ କାମ କରିବାକୁ ଅନୁମତି ନଥାଏ  ।  ଏହି କଥାକୁ  ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ କରିସ୍ମା । ଆଉ କହିଥିଲେ ମୋର ସଫଳ କ୍ୟାରିୟରେ ବାପା-ମା’ଙ୍କ ଯୋଗଦାନ ଖବ୍‌ ଅଧିକ । ମୁଁ ଜାଣିନି ଲୋକେ ଏମିତି କେମିତି ଭାବନ୍ତି ।

ମୋ ପୂରା ପରିବାର କଳାକାରରେ ଭର୍ତ୍ତି । ଆଉ ବାପା, ଦାଦା ମଧ୍ୟ ହିରୋଇନ୍‌ଙ୍କୁ ବିବାହ କରିଛନ୍ତି । କରିସ୍ମା ଆହୁରି ମଧ୍ୟ କହିଛନ୍ତି, ଆମ ପରିବାରରେ ମହିଳାଙ୍କ ପାଇଁ କିଛି ପ୍ରତିବନ୍ଧକ ନାହିଁ । ବରଂ ମୋ ବାପା ରଣଧୀର ହିଁ ମୋତେ ଅଭିନୟ ଜଗତରେ ପ୍ରବେଶ ପାଇଁ ଉତ୍ସାହିତ କରିଥିଲେ । କରିସ୍ମା ଆହୁରି କହିଛନ୍ତି , ମୋ ବାପା ସବୁବେଳେ କୁହନ୍ତି କପୁର ନାଁକୁ କେବେ ତଳେ ପକାଇବୁ ନାହିଁ ।  ସେ ମୋ ପଛରେ  ସବୁବେଳେ ଠିଆ ହୋଇଥାନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe