କନକ ବ୍ୟୁରୋ: କପୁର ପରିବାର ପ୍ରଥମ ଝିଅ ଯିଏକି ଅଭିନୟ ଜଗତରେ ପାଦ ଦେଇଥିଲେ । ଯେତେବେଳେ କରିସ୍ମା କପୁର ଡେବ୍ୟୁ କରିଥିଲେ ସେତେବେଳେ ବାପା ରଣଧୀର କହିଥିଲେ , କପୁର ନାଁକୁ କେବେ ତଳେ ପକାଇବୁନି । କରିସ୍ମା ଏକ ସାକ୍ଷାତକାରରେ କହିଥିଲେ, ଲୋକମାନେ କୁହନ୍ତି ଯେ କପୁର ପରିବାରର ଝିଅମାନଙ୍କୁ ବାହାରେ କାମ କରିବାକୁ ଅନୁମତି ନଥାଏ  ।  ଏହି କଥାକୁ  ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ କରିସ୍ମା । ଆଉ କହିଥିଲେ ମୋର ସଫଳ କ୍ୟାରିୟରେ ବାପା-ମା’ଙ୍କ ଯୋଗଦାନ ଖବ୍‌ ଅଧିକ । ମୁଁ ଜାଣିନି ଲୋକେ ଏମିତି କେମିତି ଭାବନ୍ତି ।

Advertisment

ମୋ ପୂରା ପରିବାର କଳାକାରରେ ଭର୍ତ୍ତି । ଆଉ ବାପା, ଦାଦା ମଧ୍ୟ ହିରୋଇନ୍‌ଙ୍କୁ ବିବାହ କରିଛନ୍ତି । କରିସ୍ମା ଆହୁରି ମଧ୍ୟ କହିଛନ୍ତି, ଆମ ପରିବାରରେ ମହିଳାଙ୍କ ପାଇଁ କିଛି ପ୍ରତିବନ୍ଧକ ନାହିଁ । ବରଂ ମୋ ବାପା ରଣଧୀର ହିଁ ମୋତେ ଅଭିନୟ ଜଗତରେ ପ୍ରବେଶ ପାଇଁ ଉତ୍ସାହିତ କରିଥିଲେ । କରିସ୍ମା ଆହୁରି କହିଛନ୍ତି , ମୋ ବାପା ସବୁବେଳେ କୁହନ୍ତି କପୁର ନାଁକୁ କେବେ ତଳେ ପକାଇବୁ ନାହିଁ ।  ସେ ମୋ ପଛରେ  ସବୁବେଳେ ଠିଆ ହୋଇଥାନ୍ତି ।