କରୀନାଙ୍କ କୋହଭରା ପୋଷ୍ଟ ; ସୈଫଙ୍କୁ ନେଇ ଗୁଜବ ନକରିବାକୁ ପ୍ରଶଂସକଙ୍କୁ ଅନୁରୋଧ

ସୈଫ ଅଲ୍ଲୀ ଖାଁଙ୍କୁ ଛୁରାମାଡ ନେଇ ଆସିଲା ପତ୍ନୀ କରିନା କପୁରଙ୍କ କୋହଭରା  ପୋଷ୍ଟ । ଧୈର୍ୟ ରଖିବା ସହ ଗୁଜବ ପ୍ରଚାର ନ କରିବାକୁ ଫ୍ୟାନ୍ସକୁ ଅନୁରୋଧ । କହିଲେ, ଆଜିର ଦିନ ଚ୍ୟାଲେଞ୍ଜିଂ ଥିଲା, ଆମ ସବୁ ଆଶ୍ଚର୍ୟ୍ୟ ।

କରୀନା କପୁର

କରୀନା କପୁର Photograph: (କନକ ନ୍ୟୁଜ)

କନକ ବ୍ୟୁରୋ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରାମାଡ ଘଟଣାରେ ପୁରା ବଲିଉଡ ସ୍ତବ୍ଧ ହୋଇଯାଇଛି । ରାତି ଅଧିକରେ ସୈଫଙ୍କ ମୁମ୍ବାଇ ଘରେ କାହିଁକି ଏମିତି ହେଲା ? ଏହାକୁ ନେଇ ସସପେନ୍ସ ଜାରି ରହିଥିବାବେଳେ ସୈଫଙ୍କ ପତ୍ନୀ ତଥା ଅଭିନେତ୍ରୀ କରୀନା କାପୁର ଖାନ ସୋସିଆଲ ମିଡିଆରେ କୋହଭରା ପୋଷ୍ଟ କରିଛନ୍ତି । 

ଫୋଷ୍ଟରେ ଫ୍ୟାନ୍ସକୁ ଧୈର୍ୟ୍ୟ ଧରିବାକୁ କରୀନା ନିବେଦନ କରିଛନ୍ତି । ସୈଫ ଅଲ୍ଲୀ ଖାଁଙ୍କ ସ୍ବାସ୍ଥ୍ୟ ବିଷୟରେ ବି ସୂଚନା ଦେଇଛନ୍ତି । କୌଣସି ପ୍ରକାର ଗୁଜବ ଉପରେ ଧ୍ୟାନ ନ ଦେବାକୁ ପରାମର୍ଶ ଦେଇଛନ୍ତି । କରିନା କପୁର ଖାନ ପୋଷ୍ଟରେ ଲେଖିଛନ୍ତି, ଆମ ପରିବାର ପାଇଁ ଆଜିର ଦିନ ଚ୍ୟାଲେଞ୍ଜିଂ ଥିଲା । ହଠାତ୍ ଏମିତି ସବୁ କେମିତି ହେଲା, ସେଥିରେ ଆମେ ବି ଆଶ୍ଚର୍ୟ୍ୟ । ଆମ ପାଇଁ ଏହା ଘଡ଼ିସନ୍ଧି ମୂହୂର୍ତ୍ତ । ତେବେ ମୁଁ ଅନୁରୋଧ କରୁଛି ଘଟଣା ନେଇ ଗୁଜବ ନ ହେଉ । ଯେଉଁଭଳି ଭାବେ ଫ୍ୟାନ୍ସ  ଅପଡେଟ୍ ଜାଣିବାକୁ ଉଦ୍ୟମ କରୁଛନ୍ତି, ତାହା ଆମ ପାଇଁ ବଡ ବିଷୟ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe