କନକ ବ୍ୟୁରୋ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରାମାଡ ଘଟଣାରେ ପୁରା ବଲିଉଡ ସ୍ତବ୍ଧ ହୋଇଯାଇଛି । ରାତି ଅଧିକରେ ସୈଫଙ୍କ ମୁମ୍ବାଇ ଘରେ କାହିଁକି ଏମିତି ହେଲା ? ଏହାକୁ ନେଇ ସସପେନ୍ସ ଜାରି ରହିଥିବାବେଳେ ସୈଫଙ୍କ ପତ୍ନୀ ତଥା ଅଭିନେତ୍ରୀ କରୀନା କାପୁର ଖାନ ସୋସିଆଲ ମିଡିଆରେ କୋହଭରା ପୋଷ୍ଟ କରିଛନ୍ତି ।
ଫୋଷ୍ଟରେ ଫ୍ୟାନ୍ସକୁ ଧୈର୍ୟ୍ୟ ଧରିବାକୁ କରୀନା ନିବେଦନ କରିଛନ୍ତି । ସୈଫ ଅଲ୍ଲୀ ଖାଁଙ୍କ ସ୍ବାସ୍ଥ୍ୟ ବିଷୟରେ ବି ସୂଚନା ଦେଇଛନ୍ତି । କୌଣସି ପ୍ରକାର ଗୁଜବ ଉପରେ ଧ୍ୟାନ ନ ଦେବାକୁ ପରାମର୍ଶ ଦେଇଛନ୍ତି । କରିନା କପୁର ଖାନ ପୋଷ୍ଟରେ ଲେଖିଛନ୍ତି, ଆମ ପରିବାର ପାଇଁ ଆଜିର ଦିନ ଚ୍ୟାଲେଞ୍ଜିଂ ଥିଲା । ହଠାତ୍ ଏମିତି ସବୁ କେମିତି ହେଲା, ସେଥିରେ ଆମେ ବି ଆଶ୍ଚର୍ୟ୍ୟ । ଆମ ପାଇଁ ଏହା ଘଡ଼ିସନ୍ଧି ମୂହୂର୍ତ୍ତ । ତେବେ ମୁଁ ଅନୁରୋଧ କରୁଛି ଘଟଣା ନେଇ ଗୁଜବ ନ ହେଉ । ଯେଉଁଭଳି ଭାବେ ଫ୍ୟାନ୍ସ ଅପଡେଟ୍ ଜାଣିବାକୁ ଉଦ୍ୟମ କରୁଛନ୍ତି, ତାହା ଆମ ପାଇଁ ବଡ ବିଷୟ ।