Photograph: (kanaknews)
କନକବ୍ୟୁରୋ : ଦୀର୍ଘ ୧୧ ବର୍ଷର ବ୍ୟବଧାନ ପରେ ପୁଣି ଅନୁଷ୍ଠିତ ହେବ କପିଳେଶ୍ୱରଙ୍କ ପ୍ରସିଦ୍ଧ ହାଣ୍ଡିଭଙ୍ଗା ଯାତ। ଖୁଣ୍ଟିଆ ଏବଂ ମଲିଆଙ୍କ ସେବାନୀତି ବିବାଦକୁ ନେଇ ୨୦୧୫ଠାରୁ ଏହି ହାଣ୍ଡିଯାତ ପରମ୍ପରା ଭାଙ୍ଗିଥିଲା । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସେବାୟତଙ୍କ ସହମତି ପରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଆଜି ଶ୍ରୀଲିଙ୍ଗରାଜ ଓ କପିଳେଶ୍ୱରଙ୍କ ମିଳନ ହେବ ।
ବିବାଦ ସମାଧାନ ପାଇଁ ନ୍ୟାୟିକ କମିଟି ଗଠନ ସହ ଯାତ୍ରା ପାଇଁ ଏକ ଅନ୍ତରୀଣ ସେବା ତାଲିକା ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନର ସରକାର ଏହି ପରମ୍ପରାକୁ ଗୁରୁତର ସହ ନେଇ ସମାଧାନ କରିଥିବାରୁ ସେବାୟତଙ୍କ ମହଲରେ ଖୁସି ଏବଂ ଉତ୍ସାହର ମାହୋଲ ଖେଳିଯାଇଛି । ସରକାର ଏବଂ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ସେବାୟତ ।
Follow Us