କନକ ବ୍ୟୁରୋ : ପୁଣି ବୁଡିଲା ମାଲକାନଗିରି କାଲିମେଳା କନ୍ୟା ଶ୍ରମ ପୋଲ। ଗତ ଦୁଇ ଦିନ ଧରି  କାଲିମେଳା ଅଞ୍ଚଳରେ ଲଗାଣ ବର୍ଷା ହେବା ଯୋଗୁଁ କନ୍ୟାଶ୍ରମ ପୋଲ ଉପରେ ଆଜି ସକାଳୁ ଦୁଇ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ କାଲିମେଳାରୁ ଛତିଶଗଡକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ଗତ ୨୪ ଘଣ୍ଟା ଭିତରେ କନ୍ୟାଶ୍ରମ ପୋଲ ଦୁଇ ଥର ବୁଡି ଯିବା ଯୋଗୁଁ ଗମନାଗମନ ପ୍ରଭାବିତ ହୋଇଛି । ତେବେ କିଛି ଅମାନିଆ ବିପଦପୂର୍ଣ୍ଣ ଭାବରେ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ସତ୍ୱେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି ।