ପୂଜା ମଣ୍ଡପରେ ଚାଲିଛି ମା ଦୁର୍ଗାଙ୍କ ନବମୀ ପୂଜା । ମାଙ୍କ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଆଉ ଏହାରି ଭିତରେ ମାଆଙ୍କ ପାଖରେ ଚାଳିଛି କନ୍ୟା ପୂଜନ ।
ମଥାରେ କୁମକୁମ୍ ଓ ମୁଣ୍ଡରେ ନାଲି ଓଢ଼ଣି ପକାଇ କନ୍ୟାଙ୍କୁ ମାଆ ଦୁର୍ଗାଙ୍କ ରୂପରେ ସଜେଇ ପୂଜା କରାଯାଉଛି । ଭୁବନେଶ୍ଵରର ଅଟଳା ସ୍ଥିତ ପଞ୍ଚମୁଖୀ ଗ୍ରୀନ୍ସ ପୂଜା ମଣ୍ଡପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ପୀଠରେ ମାଆଙ୍କ ବିଜୟୀ ଦଶମୀ, ମଣ୍ଡପରେ ମହାମାୟାଙ୍କ ମହାନବମୀ ପୂଜା । ସବୁଠି ପୂଜାର ମାହୋଲ । ମଣ୍ଡପରେ ମାଆ ଜଗତ ଜନନୀଙ୍କ ନବମୀ ପୂଜା କରାଯାଉଛି । ମା’ ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ଗାଁଠୁ ସହର । ରଙ୍ଗୀନ ଆଲୋକମାଳା, ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୂଜା ମଣ୍ଡପ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/Gb5m8wz659X5paKB4ZkR.jpg)