କନକ ବ୍ୟୁରୋ: ମିର୍ଜାପୁର ରେଲୱେ ଷ୍ଟେସନରେ ବ୍ରହ୍ମପୁତ୍ର ଏକ୍ସପ୍ରେସରେ ଯିବାକୁ ଥିବା ସିଆରପିଏଫଙ୍କ ଟିକେଟକୁ ନେଇ କାଉଡ଼ିଆଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଯାହା କ୍ରମେ ଭୀଷଣ ମାରପିଟରେ ପହଞ୍ଚିଥିଲା । କାଉଡ଼ିଆ ମିଶି ଦଳବଦ୍ଧ ଭାବେ ଯବାନଙ୍କୁ ଆକ୍ରମଣ କରିଥିଲେ । ସର୍ବସମକ୍ଷରେ ଯବାନଙ୍କୁ ଗୋଇଠା ବିଧା ସହ ନିସ୍ତୁକ ମାଡ଼ ମାରିଥିଲେ କାଉଡ଼ିଆ । ରେଲୱେ ପୁଲିସ ପହଞ୍ଚି ୭ଜଣ କାଉଡ଼ିଆଙ୍କୁ ଗିରଫ କରିଛି । ମାମଲାରେ ଯାଞ୍ଚ ଆରମ୍ଭ ହୋଇଛି ।

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଯବାନଙ୍କ ସହ କାଉଡ଼ିଆଙ୍କ ଯୁକ୍ତିତର୍କ ବଢ଼ିବା ପରେ କାଉଡ଼ିଆମାନେ ମିଳିମିଶି ଯବାନଙ୍କୁ ଘେରିଯାଇଥିଲେ ଏବଂ ପ୍ଲାଟଫର୍ମ ଚଟାଣରେ ପକାଇ ମାଡ଼ ମାରିଥିଲେ । ଯବାନ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ କିନ୍ତୁ ଦୁର୍ଭାଗ୍ୟ , ଲୋକେ ସାହାଯ୍ୟ କରିବା ବଦଳରେ ଭିଡିଓ ବନାଉଥିଲେ । ଅନ୍ୟପଟେ ଠାକୁରଙ୍କୁ ଜଳଲାଗି କରିବାକୁ ଯାଉଥିବା କାଉଡ଼ିଆଙ୍କ ଏଭଳି କାର୍ଯ୍ୟକୁ ସବୁଠି ନିନ୍ଦା କରାଯାଉଛି ।