କନକ ବ୍ୟୁରୋ : ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ୨୦୨୫ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କାନ୍ତାରା ଚାପ୍ଟର ୧’ ସିନେମାର ରିଲିଜ୍ ଆଜି ହୋଇଯାଇଛି । ଋଷଭ ଶେଟ୍ଟୀ ଏବଂ ରୁକ୍ମିଣୀ ବସନ୍ତଙ୍କ ଅଭିନୀତ ଆକ୍ସନ୍ ଏଣ୍ଟରଟେନର୍ ଚଳଚ୍ଚିତ୍ର ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଏବଂ ଦଶହରା ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳୁଛି । ସୋସିଆଲ୍ ମିଡିଆରେ ସିନେମାର କ୍ଲାଇମାକ୍ସ ସହିତ ଭିଜୁଆଲ୍ସର ମଧ୍ୟ ପ୍ରଶଂସା କରାଯାଉଛି । ଋଷଭ ଶେଟ୍ଟୀ ଏବଂ ରୁକ୍ମିଣୀ ବସନ୍ତଙ୍କ ଚଳଚ୍ଚିତ୍ର ‘କାନ୍ତାରା ଚାପ୍ଟର ୧’ ଏକ ପୌରାଣିକ ଡ୍ରାମା ଚଳଚ୍ଚିତ୍ର, ଯେଉଁଥିରେ ସାଂସ୍କୃତିକ ମହାକାବ୍ୟକୁ ଦେଖାଯାଊଛି । ଏହାର କାହାଣୀ ଖ୍ରୀଷ୍ଟପୂର୍ବ ୩୦୦ ମସିହାର ବୋଲି ଦର୍ଶାଯାଇଛି । କାହାଣୀରେ ଦୁଇଜଣ ଶକ୍ତିଶାଳୀ ଦେବତା ଅଛନ୍ତି ପଞ୍ଜୁର୍ଲି ଦେବ ଏବଂ ଗୁଳିଗା ଦେବ । ଏଥିରେ ପ୍ରକୃତି, ପରମ୍ପରା ଏବଂ କ୍ଷମତା ମଧ୍ୟରେ ସଂଘର୍ଷ ଦେଖାଯାଉଛି । କାନ୍ତାରାର ଏହି ଦ୍ବିତୀୟ ପାର୍ଟଟିର କାହାଣୀ ଅଦ୍ଭୁତ, ଯେଉଁଥିରେ ଆକ୍ସନ୍ ମଧ୍ୟ ଜବରଦସ୍ତ ରହିଛି ।
/filters:format(webp)/kanak/media/media_files/2025/10/02/kantara-2025-10-02-12-47-17.jpg)
ଏହି ଚଳଚ୍ଚିତ୍ରରେ ଅଭିନେତା ଋଷଭ ଦମଦାର୍ ଚରିତ୍ରରେ ନଜର ଆସୁଛନ୍ତି । ଚଳଚ୍ଚିତ୍ରରେ କାହାଣୀ ଏବଂ ଅଭିନୟ ସହିତ ଚମତ୍କାର ଭିଜୁଆଲ୍ସ ମଧ୍ୟ ଦେଖିବାକୁ ମିଳୁଛି । ଫିଲ୍ମରେ ଉତ୍କୃଷ୍ଟ VFX ଏବଂ ଭିଜୁଆଲ୍ସ ସହିତ ପାରମ୍ପରିକ ଲୋକକଥାର ଝଲକ ମଧ୍ୟ ଦେଖିବାକୁ ମିଳୁଛି । ସୁନ୍ଦର ସେଟ୍ ସାଙ୍ଗକୁ ପ୍ରାକୃତିକ ଲୋକେସନ୍ ଏବଂ ଚମତ୍କାର ଭିଜୁଆଲ୍ସ ସିନେପ୍ରେମୀଙ୍କୁ ବାନ୍ଧି ରଖିବ ବୋଲି ଆଶା କରାଯାଉଛି । ଖାଲି ଏତିକି ନୁହେଁ ‘କାନ୍ତାରା ଚାପ୍ଟର ୧’ ଚଳଚ୍ଚିତ୍ରର କ୍ଲାଇମାକ୍ସକୁ ନେଇ ବହୁତ ଚର୍ଚ୍ଚା ହେଉଛି । ୨୦ ମିନିଟର କ୍ଲାଇମାକ୍ସରେ ଦର୍ଶକଙ୍କ ଆଖି ଅଟକି ଯାଇଛି । ଋଷଭ ଶେଟ୍ଟୀ ଚଳଚ୍ଚିତ୍ରର ପ୍ରଚାର ବେଳେ କହିଥିଲେ ଯେ ଦର୍ଶକମାନେ ଫିଲ୍ମରୁ ଯାହା ଆଶା କରୁଛନ୍ତି ତାହା ମଧ୍ୟ ଦେଖିବାକୁ ପାଇବେ ଏବଂ ଯାହା ଆଶା କରୁନାହାନ୍ତି ତାହା ମଧ୍ୟ ଦେଖିବେ । ଚଳଚ୍ଚିତ୍ରର କାହାଣୀ ପାରମ୍ପରିକ ଲୋକକଥା ଉପରେ ଆଧାରିତ, ଯାହା ସମ୍ପୂର୍ଣ୍ଣ ଭାବରେ ଭିନ୍ନ । ଆଜିକାଲି ଥିଏଟରରେ ରୋମାନ୍ସ, କମେଡି, ଆକ୍ସନ୍, ହରର୍ ଏବଂ କୋର୍ଟରୁମ୍ ଡ୍ରାମା ଚଳଚ୍ଚିତ୍ର ଆସୁଛି । ତେବେ ଋଷଭ ଶେଟ୍ଟୀ ଅଭିନୀତ ଏହି ଚଳଚ୍ଚିତ୍ର ଏ ସବୁଠାରୁ ଅଲଗା ବୋଲି କୁହାଯାଉଛି ।