କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ କହିଦେଲେ ବଡ଼ କଥା ; ଇତିହାସର ଦ୍ୱାହି ଦେଇ ମନ୍ତ୍ରୀ ପଦ ପାଇଁ କଲେ ଦାବି

Advertisment

କଣ୍ଟାବାଞ୍ଜିର ଲୋକ ଭାରତୀୟ ଜନତା ପାର୍ଟିକୁ ଯେଉଁଭଳି ଭାବେ ଉପହାର ଦେଇଛନ୍ତି, ଆଗାମୀ ଦିନରେ ଦଳ ମଧ୍ୟ ସେମାନଙ୍କୁ ସେହିଭଳି ଉପହାର ଦେବ”, ରାଜ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ହେବା ଭିତରେ କିଛି ଏଭଳି ବଡ଼ ବୟାନ ରଖିଛନ୍ତି କଣ୍ଟାବାଞ୍ଜିର ବିଜେପି ବିଧାୟକ ଲକ୍ଷ୍ମଣ ବାଗ ।

କଣ୍ଟାବାଞ୍ଜିର ଲୋକ ଭାରତୀୟ ଜନତା ପାର୍ଟିକୁ ଯେଉଁଭଳି ଭାବେ ଉପହାର ଦେଇଛନ୍ତି, ଆଗାମୀ ଦିନରେ ଦଳ ମଧ୍ୟ ସେମାନଙ୍କୁ ସେହିଭଳି ଉପହାର ଦେବ”, ରାଜ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ହେବା ଭିତରେ କିଛି ଏଭଳି ବଡ଼ ବୟାନ ରଖିଛନ୍ତି କଣ୍ଟାବାଞ୍ଜିର ବିଜେପି ବିଧାୟକ ଲକ୍ଷ୍ମଣ ବାଗ ।

laxman bag

laxman bag Photograph: (kanak news)

କନକ ବ୍ୟୁରୋ: “ଦେଶର ଅନେକ ସ୍ଥାନରେ ଯେଉଁ ନେତାମାନେ ମୁଖ୍ୟମନ୍ତ୍ରୀ କିମ୍ବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନରେ ହରାଇଛନ୍ତି, ସେମାନଙ୍କୁ ଉପହାର ଦିଆଯାଇଛି । ସେମାନେ କ୍ୟାବିନେଟରେ ସ୍ଥାନ ପାଇଛନ୍ତି, ଆଉ ମନ୍ତ୍ରୀ ହୋଇଛନ୍ତି । ତେଣୁ ମୋର ମଧ୍ୟ ଆଶା ଅଛି । କଣ୍ଟାବାଞ୍ଜିର ଲୋକ ଭାରତୀୟ ଜନତା ପାର୍ଟିକୁ ଯେଉଁଭଳି ଭାବେ ଉପହାର ଦେଇଛନ୍ତି, ଆଗାମୀ ଦିନରେ ଦଳ ମଧ୍ୟ ସେମାନଙ୍କୁ ସେହିଭଳି ଉପହାର ଦେବ”, ରାଜ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ହେବା ଭିତରେ କିଛି ଏଭଳି ବଡ଼ ବୟାନ ରଖିଛନ୍ତି କଣ୍ଟାବାଞ୍ଜିର ବିଜେପି ବିଧାୟକ ଲକ୍ଷ୍ମଣ ବାଗ ।

କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘କାହାକୁ ମିଳିବ କ୍ଷମତା ମୁହାଁ?’ରେ ଭାଗ ନେଇ ଲକ୍ଷ୍ମଣ ବାଗ ନିଜେ ମନ୍ତ୍ରୀ ହେବା ନେଇ ନିଜର ଦାବି ରଖିଛନ୍ତି । ସେ କହିଛନ୍ତି, ଦିଲ୍ଲୀରେ ପରଭେଶ ବର୍ମା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଲେ ଆଉ ତାଙ୍କୁ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ କରାଗଲା । ସେହିଭଳି ପଶ୍ଚିମବଙ୍ଗରେ ମଧ୍ୟ ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ହରାଇଲା ପରେ ତାଙ୍କୁ ଉପହାର ସ୍ୱରୂପ ବିରୋଧୀ ଦଳ ନେତା ପଦ ଦିଆଯାଇଥିଲା । ତେଣୁ ସେହି ସମାନ ଢଙ୍ଗରେ ସେ ଗତ ସାଧାରଣ ନିର୍ବାଚନରେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇଥିଲେ, ତେଣୁ ଏଥର ତାଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ସେ ଆଶାରେ ଅଛନ୍ତି ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ମୋର କର୍ତ୍ତବ୍ୟ କରିସାରିଛି । ଏବେ ଦଳ ଆଉ ସରକାର ଯାହା ନିଷ୍ପତ୍ତି ନେବ । ମୁଁ କିମ୍ବା ଆପଣ ଭାବିଲେ କିଛି ବି ହେବନି । ଏହାସହ କଣ୍ଟାବାଞ୍ଜିର ଭୋଟର ଭାଇ ଭଉଣୀମାନେ ତାଙ୍କୁ କିଭଳି ପ୍ରଶ୍ନ କରୁଛନ୍ତି ସେନେଇ ମଧ୍ୟ ସେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଖୁବଶୀଘ୍ର ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଖବର ଆସୁଛି । ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ କିଛି ନୂଆ ମୁହଁଙ୍କୁ କ୍ୟାବିନେଟରେ ଜାଗା ମିଳିପାରେ । ବର୍ତ୍ତମାନ ମୋହନ କ୍ୟାବିନେଟରେ 6ଟି ମନ୍ତ୍ରୀ ପଦ ଫାଙ୍କା ପଡ଼ିଛି । ଏହାସହ ବର୍ତ୍ତମାନ ମନ୍ତ୍ରୀ ପଦରେ ଥିବା କିଛି ନେତାଙ୍କୁ ମଧ୍ୟ ଦାୟିତ୍ୱରୁ ହଟାଯାଇପାରେ । ତେଣୁ ଆଗାମୀ ଦିନରେ କିଛି ନୂଆ ନେତା ମନ୍ତ୍ରୀ ପଦ ପାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe