କନକ ବ୍ୟୁରୋ: ଉତ୍ତରପ୍ରଦେଶ କାଂଶଗଞ୍ଜରେ ଚନ୍ଦନ ଗୁପ୍ତା ହତ୍ୟାକାଣ୍ଡ ମାମଲା । ୭ ବର୍ଷ ପରେ ପରିବାରକୁ ମିଳିଲା ନ୍ୟାୟ । ୨୮ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଏନଆଇଏ କୋର୍ଟ । ୨୦୧୮ ମସିହା ଜାନୁଆରୀ ୨୬ ତାରିଖରେ ଚନ୍ଦନ ଗୁପ୍ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ଏହି ଗୁଳିକାଣ୍ଡ ହୋଇଥିଲା । ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିବା ବେଳେ ଚନ୍ଦନଙ୍କ ଉପରକୁ ଗୁଳି ଚଳାଇଥିଲେ ଅଭିଯୁକ୍ତ । ଏହି ଘଟଣା ପରେ ଉତ୍ତରପ୍ରଦେଶରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଏବେ ଲମ୍ବା ଆଇନଗତ ଲଢ଼େଇ ପରେ ଚନ୍ଦନ ଗୁପ୍ତାଙ୍କ ପରିବାରକୁ ନ୍ୟାୟ ମିଳିଛି। ୨୮ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଏନଆଇଏ କୋର୍ଟ । ତେବେ ପ୍ରମାଣ ଅଭାବରୁ ଦୁଇ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ।