କନକ ନ୍ୟୁଜର ମହାପ୍ରଭାବ, ଖବର ପ୍ରସାରଣ ପରେ ଚେତିଲା ସ୍ବାସ୍ଥ୍ୟ ବିଭାଗ : ଏବେ ରହିବ ସବୁ ଆମ୍ବୁଲାନ୍ସରେ ଏସି

Advertisment

କନକ ନ୍ୟୁଜର ମହାପ୍ରଭାବ । ଖବର ପ୍ରସାରଣ ହେଲା । ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଲା । ରାଜ୍ୟରେ ଗଡୁଥିବା ୧୦୮ ଆମ୍ବୁଲାନ୍ସରେ ଏସି ଅଚଳ ଥିବା ନେଇ କନକ ନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ପରେ ସଜାଗ ହୋଇଛି ସ୍ବାସ୍ଥ୍ୟ ବିଭାଗ ।

କନକ ନ୍ୟୁଜର ମହାପ୍ରଭାବ । ଖବର ପ୍ରସାରଣ ହେଲା । ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଲା । ରାଜ୍ୟରେ ଗଡୁଥିବା ୧୦୮ ଆମ୍ବୁଲାନ୍ସରେ ଏସି ଅଚଳ ଥିବା ନେଇ କନକ ନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ପରେ ସଜାଗ ହୋଇଛି ସ୍ବାସ୍ଥ୍ୟ ବିଭାଗ ।

ambulance 13

Photograph: (kanaknews)

କନକବ୍ୟୁରୋ :  କନକ ନ୍ୟୁଜର ମହାପ୍ରଭାବ । ଖବର ପ୍ରସାରଣ ହେଲା । ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଲା । ରାଜ୍ୟରେ ଗଡୁଥିବା ୧୦୮ ଆମ୍ବୁଲାନ୍ସରେ ଏସି ଅଚଳ ଥିବା ନେଇ କନକ ନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ପରେ ସଜାଗ ହୋଇଛି ସ୍ବାସ୍ଥ୍ୟ ବିଭାଗ । ଉଭୟ ରୋଗୀ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ପାଇଁ ଏସି ନିହାତି ଆବଶ୍ୟକ ।  

ଯଥାଶୀଘ୍ର ସମସ୍ତ ଆମ୍ବୁଲାନ୍ସରେ ଏସି ସୁବିଧା କରିବା ପାଇଁ ପରିଚାଳନା ସଂସ୍ଥାକୁ ହୋଇଛି ଚିଠି । ସ୍ବାସ୍ଥ୍ୟ ବିଭାଗର ଜାତୀୟ ସ୍ବାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶକ ଏମ୍ରି ଗ୍ରୀନ ହେଲଥ ସର୍ଭିସେସକୁ ଲେଖିଛନ୍ତି ଚିଠି । ୧୦୮ ଆମ୍ବୁଲାନ୍ସରେ ବାଧ୍ୟତାମୂଳକ ଏସି ରହିବା ଆବଶ୍ୟକ ଏବଂ ଏହାକୁ ସଠିକ୍ ଭାବରେ ପାଳନ କରୁଛନ୍ତି କି ନାହିଁ ତଦାରଖ କରିବା ପାଇଁ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବି ଚିଠି ହୋଇଛି ।

ଅନେକ ଆମ୍ବୁଲାନ୍ସରେ ଏସି ଓ ଫ୍ୟାନ ଅଚଳ ଥିବା ନେଇ କନକ ନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା । କନକ ନ୍ୟୁଜର ନିରନ୍ତର ପ୍ରୟାସକୁ ଅଲ୍ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଧନ୍ୟବାଦ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe