କନକ ବ୍ୟୁରୋ : ସ୍ୟାଣ୍ଡଲଉଡ୍ ଅର୍ଥାତ୍ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ମାତ୍ର ୩୪ବର୍ଷ ବୟସରେ ଏ ଦୁନିଆରୁ ବିଦାୟ ନେଲେ ପ୍ରସିଦ୍ଧ ଅଭିନେତା ସନ୍ତୋଷ ବଳରାଜ । ଅଭିନେତାଙ୍କର ମଙ୍ଗଳବାର ସକାଳେ ୩୪ବର୍ଷ ବୟସରେ ମୃତ୍ୟୁ ଘଟିଥିଲା । ବାଙ୍ଗାଲୋରର ଆପୋଲୋ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସନ୍ତୋଷ ବଳରାଜଙ୍କର କିଡନି ଏବଂ ଯକୃତ ସମସ୍ୟା ଥିଲା ଯେଉଁଥିପାଇଁ ତାଙ୍କୁ ଜଣ୍ଡିସ୍ ହୋଇଥିଲା । ଅଭିନେତାଙ୍କୁ ଗତ ମାସରେ ହିଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଥିଲେ ଏବଂ ତାଙ୍କ ଅବସ୍ଥା ଧୀରେ ଧୀରେ ଖରାପ ହେବାକୁ ଲାଗିଥିଲା । ତାଙ୍କୁ ଜଣ୍ଡିସର ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବା ପରେ ସେ କୋମାକୁ ଚାଲିଯାଇଥିଲେ । ଆଇସିୟୁରେ ଚିକିତ୍ସା ସମୟରେ ତାଙ୍କ ଶରୀରର ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା ।
/filters:format(webp)/kanak/media/media_files/2025/08/06/newproject-2025-08-06-22-07-23.jpg)
ସନ୍ତୋଷ ବଳରାଜ ଜଣେ ପ୍ରସିଦ୍ଧ କନ୍ନଡ ଅଭିନେତା ଥିଲେ । ସେ କନ୍ନଡ ଫିଲ୍ମ ପ୍ରଯୋଜକ ଅନେକଲ ବଳରାଜଙ୍କ ପୁଅ ଥିଲେ । ସନ୍ତୋଷ 'କାରିଆ ୨', 'କେମ୍ପା', 'ଗନପା', 'ବେରକେଲେ' ଏବଂ 'ସତ୍ୟ' ଭଳି ଫିଲ୍ମରେ କାମ କରିଥିଲେ । ତାଙ୍କୁ 'ଗନପା ଫିଲ୍ମ ପରେ ଇଣ୍ଡଷ୍ଟ୍ରିରେ ପରିଚୟ ମିଳିଥିଲା । କୁହାଯାଏ ଯେ ତାଙ୍କ ପିତାଙ୍କ ପାଇଁ ସେ ସହଜରେ ସିନେମାରେ ପ୍ରବେଶ କରିପାରିଥିଲେ । ତାଙ୍କ ବାପା ତାଙ୍କୁ ୨୦୦୯ ମସିହାରେ ଫିଲ୍ମ "କେମ୍ପା" ମାଧ୍ୟମରେ ଲଞ୍ଚ୍ କରିଥିଲେ । ଏହି କନ୍ନଡ ଆକ୍ସନ ଡ୍ରାମା ତାଙ୍କର ପ୍ରଥମ ଫିଲ୍ମ ଥିଲା । ଅନେକଲ ବଲରାଜ ହିଟ୍ ଫିଲ୍ମ 'କାରିଆ' ନିର୍ମାଣ କରିଥିଲେ ଯେଉଁଥିରେ ଦର୍ଶନ ମୁଖ୍ୟ ଭୂମିକାରେ ଥିଲେ । ଯେତେବେଳେ ଏହାର ସିକ୍ୱେଲ୍ ତିଆରି ହେଲା ସେତେବେଳେ ସନ୍ତୋଷଙ୍କୁ ସିନେମାରେ କାଷ୍ଟ୍ କରାଯାଇଥିଲା । ଏହା ତାଙ୍କ କ୍ୟାରିୟରର ମୋଡ଼ ବଦଳାଇ ଦେଇଥିଲା ।