କନକ ବ୍ୟୁରୋ: କନ୍ନଡ ଅଭିନେତା ଦର୍ଶନଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ । ୬ସପ୍ତାହ ପାଇଁ ଜାମିନ ପ୍ରଦାନ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଚିକିତ୍ସା କାରଣ ଦର୍ଶାଇ ଦର୍ଶନ ଜାମିନ ଆବେଦନ କରିଥିଲେ । ରେଣୁକାସ୍ୱାମୀ ଅପହରଣ ଓ ହତ୍ୟା ମାମଲାରେ ଜେଲଦଣ୍ଡାଦଶ ଭୋଗୁଛନ୍ତି ଦର୍ଶନ । ଅଭିନେତାଙ୍କ ଉପରେ ସଂଗୀନ ଅଭିଯୋଗ ରହିଛି । ନିଜର ଜଣେ ବଡ ପ୍ରଶଂସକଙ୍କୁ ପ୍ରଥମେ ଅପହରଣ ପରେ ବିଭତ୍ସ ହତ୍ୟା କରିଥିଲେ ।ଏଥିରେ ତାଙ୍କ ପ୍ରେମିକା ପବିତ୍ରାଙ୍କ ସହ ୧୫ଜଣେ ସାମିଲ ଅଛନ୍ତି ।ସୂଚନା ଅନୁସାରେ ରେଣୁକାସ୍ବାମୀ ପବିତ୍ରା ଓ ଦର୍ଶନଙ୍କ ବଡ ପ୍ରଶଂସକ ଥିଲେ । କ୍ରମଶ ପବିତ୍ରାଙ୍କୁ ଏକ ତରଫା ପ୍ରେମ କରିବା ସହ ତାଙ୍କୁ ଫୋନ କରି ହଇରାଣ କରୁଥିଲେ ।ଚେତାବନୀ ସତ୍ବେ ରେଣୁକାସ୍ବାମୀ ବାରମ୍ବାର ପବିତ୍ରାଙ୍କୁ ହଇରାଣ କରିବା ପରେ ଆକ୍ରୋଶିତ ଦର୍ଶନ ତାଙ୍କୁ ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର ରଚିଥିଲେ । ଏପରିକି ତାଙ୍କୁ ବେଙ୍ଗାଲୁରୁରୁ ଅପହରଣ ପରେ ହାଇୱେରରେ ହତ୍ୟା କରି ଏକ ବିଲରେ ଫିଙ୍ଗିଥିଲେ ।