ପ୍ରେମ ବିବାହ କଲେ ବୋଲି ନିର୍ଯାତନା ; ହଳରେ ବାନ୍ଧି ବଳଦ ଭଳି ବୁଲାଇଲେ ଗାଁଲୋକ

ପ୍ରେମ ବିବାହ କଲେ ବୋଲି ଅକଥନୀୟ ନିର୍ଯାତନା । ଗାଁରେ ଦେଖିବାକୁ ମିଳିଲା କଙ୍ଗାରୁ କୋର୍ଟର ଚିତ୍ର । ବଳଦ ବଦଳରେ ପ୍ରେମୀ ଯୁଗଳଙ୍କୁ ଲଙ୍ଗଳରେ ଯୋଚି ହଳ ବୁଲାଇଛନ୍ତି ଗାଁର ଲୋକ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କଂଜାମଯୋଡ଼ି ଗାଁରେ ଯୁବକ ଯୁବତୀଙ୍କୁ ଦିଆଯାଇଛି ଏହିଭଳି ନିର୍ଯାତନା ।

6

କନକ ବ୍ୟୁରୋ:  ପ୍ରେମ ବିବାହ କଲେ ବୋଲି ଅକଥନୀୟ ନିର୍ଯାତନା । ଗାଁରେ ଦେଖିବାକୁ ମିଳିଲା କଙ୍ଗାରୁ କୋର୍ଟର ଚିତ୍ର । ବଳଦ ବଦଳରେ ପ୍ରେମୀ ଯୁଗଳଙ୍କୁ ଲଙ୍ଗଳରେ ଯୋଚି ହଳ ବୁଲାଇଛନ୍ତି ଗାଁର ଲୋକ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କଂଜାମଯୋଡ଼ି ଗାଁରେ ଯୁବକ ଯୁବତୀଙ୍କୁ ଦିଆଯାଇଛି ଏହିଭଳି ନିର୍ଯାତନା । ଯୁବକ ଯୁବତୀଙ୍କୁ ଲଙ୍ଗଳରେ ଯୋଚି ଜମିରେ ଚାଷ କରାଇଛନ୍ତି ଗାଁ ଲୋକ । ପ୍ରେମ ବିବାହ କରିଥିବାରୁ ଉଭୟଙ୍କୁ ଏହିଭଳି ନିର୍ଯାତନା ଦିଆଯାଇଛି । ନିଜ ସମ୍ପର୍କୀୟଙ୍କୁ ବିବାହ ବାରଣ ଥିବାବେଳେ ଉଭୟ ଏହି ନିୟମକୁ ମାନିନଥିଲେ । ଏପରିକି ସେମାନେ ଗାଁରୁ ଫେରାର ହୋଇଯାଇଥିଲେ । ଧରାପଡ଼ିବା ପରେ ଗାଁ ଲୋକଙ୍କ ଉପସ୍ଥିତିରେ ପ୍ରେମୀ ଯୁଗଳଙ୍କୁ ଲଙ୍ଗଳରେ ଯୋଚି ଜମିରେ ବୁଲାଇଥିଲେ ଗାଁର ଲୋକମାନେ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe