ପରମ୍ପରା ପାଇଁ କଙ୍ଗାରୁ କୋର୍ଟ ; ସ୍ୱାମୀଙ୍କୁ ହାତ ଉଠାଇବାରୁ ନୃଶଂସ ହେଲେ ଜାତି ଭାଇ

ପରମ୍ପରା ପାଇଁ କଙ୍ଗାରୁ କୋର୍ଟ ; ସ୍ୱାମୀଙ୍କୁ ହାତ ଉଠାଇବାରୁ ନୃଶଂସ ହେଲେ ଜାତି ଭାଇ । ଝାରସୁଗୁଡ଼ା ରାଉତବାହଲ ଗାଁରୁ ଆସିଲା ମହିଳା ଅସମ୍ମାନର ହୃଦୟ ବିଦାରକ ଚିତ୍ର । ମହିଳାଙ୍କୁ ଲଣ୍ଡା କରି କଲେ ଖାସି ମାଂସ ଭୋଜି ।

kangaroo court

କନକ ବ୍ୟୁରୋ: ପରମ୍ପରା ନାଁରେ କଙ୍ଗାରୁ କୋର୍ଟ। ମହିଳାଙ୍କୁ ଲଣ୍ଡା କଲେ, ଖାସି ମାଂସ ଭୋଜି କରି ଖାଇଲେ। ଝାରସୁଗୁଡ଼ା ରାଉତବାହାଲ ଗାଁରୁ ଆସିଛି ମହିଳାଙ୍କୁ ଅସମ୍ମାନର ଏପରି ଏକ ହୃଦୟ ବିଦାରକ ଦୃଶ୍ୟ। 

ଦାମ୍ପତ୍ୟ କଳହରୁ ମହିଳା ଜଣଙ୍କ ସ୍ୱାମୀଙ୍କ ଉପରକୁ ହାତ ଉଠାଇ ଦେଇଥିଲେ। ହେଲେ ଏହାର ପରିଣାମ ଭୟଙ୍କର ହେଲା। ପରମ୍ପରାକୁ ନେଇ ନୃଶଂସ ହୋଇପଡ଼ିଲେ ଜାତିଭାଇ। ମାନବିକତା ଭୁଲିଯାଇ ମହିଳାଙ୍କୁ ଲଣ୍ଡା କଲେ। ବାସନ୍ଦ ଭୟ ଦେଖାଇ ଖାସି ମାଂସ କରି ଖାଇଲେ। ତାମିଲନାଡୁରେ କାମ କରୁଥିବା ପୁଅ ଗାଁକୁ ଫେରିବା ପରେ ଅଭିଯୁକ୍ତଙ୍କ ବିରୋଧରେ ସ୍ୱର ଉଠାଛନ୍ତି। ଘଟଣା ନେଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe