କନକ ବ୍ୟୁରୋ: ପରମ୍ପରା ନାଁରେ କଙ୍ଗାରୁ କୋର୍ଟ। ମହିଳାଙ୍କୁ ଲଣ୍ଡା କଲେ, ଖାସି ମାଂସ ଭୋଜି କରି ଖାଇଲେ। ଝାରସୁଗୁଡ଼ା ରାଉତବାହାଲ ଗାଁରୁ ଆସିଛି ମହିଳାଙ୍କୁ ଅସମ୍ମାନର ଏପରି ଏକ ହୃଦୟ ବିଦାରକ ଦୃଶ୍ୟ।
ଦାମ୍ପତ୍ୟ କଳହରୁ ମହିଳା ଜଣଙ୍କ ସ୍ୱାମୀଙ୍କ ଉପରକୁ ହାତ ଉଠାଇ ଦେଇଥିଲେ। ହେଲେ ଏହାର ପରିଣାମ ଭୟଙ୍କର ହେଲା। ପରମ୍ପରାକୁ ନେଇ ନୃଶଂସ ହୋଇପଡ଼ିଲେ ଜାତିଭାଇ। ମାନବିକତା ଭୁଲିଯାଇ ମହିଳାଙ୍କୁ ଲଣ୍ଡା କଲେ। ବାସନ୍ଦ ଭୟ ଦେଖାଇ ଖାସି ମାଂସ କରି ଖାଇଲେ। ତାମିଲନାଡୁରେ କାମ କରୁଥିବା ପୁଅ ଗାଁକୁ ଫେରିବା ପରେ ଅଭିଯୁକ୍ତଙ୍କ ବିରୋଧରେ ସ୍ୱର ଉଠାଛନ୍ତି। ଘଟଣା ନେଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)