ଗଛରେ ବାନ୍ଧିଲେ, ନିସ୍ତୁକ ପିଟିଲେ । କଙ୍ଗାରୁକୋର୍ଟରେ ଅଙ୍ଗନୱାଡି କର୍ମୀଙ୍କୁ ଦଣ୍ଡ !

ସ୍ପଷ୍ଟ ଦିବାଲୋକରେ ଜଣେ ଅଙ୍ଗନୱାଡ଼ି ଦିଦିଙ୍କୁ ଗଛର ବାନ୍ଧି ମାଡ଼ ମାରିଲେ । ତାଙ୍କ ଭୁଲ୍ ଏଇଆ ଯେ, ସେ ସୁଭଦ୍ରା ଯୋଜନାର ଫର୍ମ ବାଣ୍ଟିଥିଲେ । ଏହି ଅମାନୁଷିକ ଘଟଣା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଫୋନରେ ପୀଡ଼ିତାଙ୍କ ସହ କଥା ହୋଇ ନ୍ୟାୟ ଦେବାକୁ ଆଶ୍ବାସନା ଦେଇଛନ୍ତି ।

Screen Shot 2024-09-22 at 10.16.49 PM

କନକ ବ୍ୟୁରୋ: ଜଣେ ଅଙ୍ଗନୱାଡି ଦିଦିଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି ଗ୍ରାମବାସୀ । ସମସ୍ତେ ଦେଖୁଛନ୍ତି, ହେଲେ କେହି ପ୍ରତିବାଦ କରୁନାହାନ୍ତି । କିଛି ଏଭଳି ଅମାନୁଷିକ ଦୃଶ୍ୟ ଆସିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ମହାପାଦା ଗ୍ରାମରୁ । ସୁଭଦ୍ରା ଯୋଜନାର କାମ କରିବାକୁ ଅଙ୍ଗନୱାଡି କର୍ମୀ ଉର୍ମିଳା ସାମଲଙ୍କୁ ବାରଣ କରାଯାଇଥିଲା । 

ମାତ୍ର ଏହାକୁ ନମାନିବାରୁ କଙ୍ଗାରୁ କୋର୍ଟ ବସାଇ ଜଣେ ତାଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଥିଲା । ଖବର ପାଇ ବାଲିଆପାଳ ସିଡିପିଓ ପାର୍ବତୀ ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ଉର୍ମୀଳାଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ଡାକ୍ତରଖାନା ଓ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । 
 
ଘଟଣା ସମ୍ପର୍କରେ ଖବର ନେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଅଙ୍ଗନୱାଡି କର୍ମୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେପଟେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛି ନିଖିଳ ଅଙ୍ଗନୱାଡି ସଂଘ । ଅନ୍ୟପକ୍ଷରେ ଗ୍ରାମବାସୀ ଆଇନକୁ ହାତକୁ ନେଇ ଗ୍ରାମରେ କଙ୍ଗାରୁ କୋର୍ଟ କରିବାକୁ ନିନ୍ଦା କରିଛନ୍ତି । 
 
ସେପଟେ ଅଙ୍ଗନବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣାରେ ୩ ଜଣ ମହିଳାଙ୍କୁ ଗିରଫ କରାଯାଇଛି । ତେବେ ଘଟଣାରେ ଆଉ କାହାର ସଂପୃକ୍ତ ରହିଛି, ସେ ନେଇ ତଦନ୍ତ କରୁଛି ପୁଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe