କଙ୍ଗନାଙ୍କ ବିବାଦୀୟ ବୟାନ ରାହୁଲଙ୍କ ଟାର୍ଗେଟ । କହିଲେ ଚାଷୀଙ୍କୁ କ୍ଷମା ମାଗନ୍ତୁ ପ୍ରଧାନମନ୍ତ୍ରୀ

Advertisment

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏମପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଚାଷୀଙ୍କ ଉପରେ ମନ୍ତବ୍ୟ ପରେ ରାଜନୈତିକ ବୟାନବାଜି ବନ୍ଦ ହେବାର ନାଁ ନେଉନାହିଁ ।

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏମପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଚାଷୀଙ୍କ ଉପରେ ମନ୍ତବ୍ୟ ପରେ ରାଜନୈତିକ ବୟାନବାଜି ବନ୍ଦ ହେବାର ନାଁ ନେଉନାହିଁ ।

q9

କନକବ୍ୟୁରୋ :ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏମପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଚାଷୀଙ୍କ ଉପରେ ମନ୍ତବ୍ୟ ପରେ ରାଜନୈତିକ ବୟାନବାଜି ବନ୍ଦ ହେବାର ନାଁ ନେଉନାହିଁ ।

କଂଗ୍ରେସ ଲଗାତାର ଅଭିଯୋଗ ଲଗାଉଛି ଯେ ଭାଜପା ପୁଣିଥରେ କୃଷକଙ୍କ ଉପରେ ତିନି କୃଷି ଆଇନ ଲଗାଇବାକୁ ଯାଉଛି। କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, 

“ସରକାରଙ୍କ ନୀତିର କିଏ ନିଷ୍ପତ୍ତି ନେଉଛି ? ଜଣେ ଭାଜପା ଏମପି କିମ୍ବା ପ୍ରଧାନମନ୍ତ୍ରୀ ମୋଦୀ ? ବିଜେପି ଉପରେ ଅଭିଯୋଗ ଲଗାଇ ରାହୁଲ କହିଛନ୍ତି, ୭୦୦ ରୁ ଅଧିକ କୃଷକ, ବିଶେଷ କରି ହରିୟାଣା ଏବଂ ପଞ୍ଜାବରୁ ଅଧିକ ଲୋକେ ସହିଦ ହେବା ପରେ ମଧ୍ୟ ଭାଜପାର ମନ ଭରିନାହିଁ। 

କିନ୍ତୁ ଇଣ୍ଡିଆ ଗଠବନ୍ଧନ କୃଷକଙ୍କ ବିରୋଧରେ କୌଣସି ଷଡଯନ୍ତ୍ରକୁ ସଫଳ ହେବାକୁ ଦେବ ନାହିଁ – ଯଦି ଚାଷୀଙ୍କୁ କ୍ଷତି ପହଞ୍ଚାଇବାକୁ ପଦକ୍ଷେପ ନିଆଯାଏ ତେବେ ମୋଦିଜୀଙ୍କୁ କ୍ଷମା ମାଗିବାକୁ ପଡ଼ିବ। ”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe