କଙ୍ଗନା ରାଣାୱତଙ୍କ କ୍ଷମା ପ୍ରାର୍ଥନା । ୩ କୃଷି ଆଇନ ଉପରେ ଦେଇଥିଲେ ବୟାନ । ସମାଲୋଚନା ପରେ ନୁଆଁଇଲେ ମୁଣ୍ଡ

Advertisment

ବଲିଉଡ ଅଭିନେତ୍ରୀ ତଥା ଏମପି କଙ୍ଗନା ରାଣାଓ୍ବତଙ୍କ ‘କୃଷି ଆଇନ ଫେରାଇ ଆଣିବା’ ବିବୃତ୍ତିରୁ ବିଜେପି ନିଜକୁ ଦୂରେଇ ରଖିଛି। ଏଲଜେପି ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି, 'ଏହା କଙ୍ଗନାଙ୍କ ବ୍ୟକ୍ତିଗତ ବିବୃତ୍ତି । ଏହା ଦଳର ବିବୃତ୍ତି ନୁହେଁ।

ବଲିଉଡ ଅଭିନେତ୍ରୀ ତଥା ଏମପି କଙ୍ଗନା ରାଣାଓ୍ବତଙ୍କ ‘କୃଷି ଆଇନ ଫେରାଇ ଆଣିବା’ ବିବୃତ୍ତିରୁ ବିଜେପି ନିଜକୁ ଦୂରେଇ ରଖିଛି। ଏଲଜେପି ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି, 'ଏହା କଙ୍ଗନାଙ୍କ ବ୍ୟକ୍ତିଗତ ବିବୃତ୍ତି । ଏହା ଦଳର ବିବୃତ୍ତି ନୁହେଁ।

afarge

କନକ ବ୍ୟୁରୋ : କ୍ଷମା ମାଗିଲେ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ। ବୟାନକୁ ବିବାଦରେ ଫସିବା କଙ୍ଗନା କ୍ଷମା ମାଗିଛନ୍ତି । ତିନି କୃଷି ଆଇନକୁ ଫେରାଇ ଆଣିବାକୁ ସେ ବୟାନ ଦେଇଥିଲେ । ଯାହାକୁ ନେଇ ବିବାଦ ତେଜିବା ପରେ ସାଂସଦ ମୁଣ୍ଡ ନୁଆଁଇଛନ୍ତି । ବିଜେପି ସାଂସଦଙ୍କ ଏହି ବୟାନକୁ ନେଇ ଏବେ ଜୋରଧରିଛି ରାଜନୀତି । ବଲିଉଡ ଅଭିନେତ୍ରୀ ତଥା ଏମପି କଙ୍ଗନା ରାଣାଓ୍ବତଙ୍କ ‘କୃଷି ଆଇନ ଫେରାଇ ଆଣିବା’ ବିବୃତ୍ତିରୁ ବିଜେପି ନିଜକୁ ଦୂରେଇ ରଖିଛି। ଏଲଜେପି ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି, 'ଏହା କଙ୍ଗନାଙ୍କ ବ୍ୟକ୍ତିଗତ ବିବୃତ୍ତି । ଏହା ଦଳର ବିବୃତ୍ତି ନୁହେଁ।  ସେହିପରି ବିଜେପି ମୁଖପାତ୍ର ଗୌରବ ଭାଟିଆ କଙ୍ଗନାଙ୍କ ମନ୍ତବ୍ୟକୁ ତାଙ୍କର ବ୍ୟକ୍ତିଗତ ବିବୃତ୍ତି ବୋଲି କହିଛନ୍ତି । ସେପଟେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଦେବେନ୍ଦ୍ର ଯାଦବ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।  କଙ୍ଗନାଙ୍କ ବିବୃତ୍ତି ଚାଷୀଙ୍କ ପ୍ରତି ଅପମାନ। ତାଙ୍କ ବିରୋଧରେ ବିଜେପି ଆକ୍ସନ ନେବା ଉଚିତ । ଏହା ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିର ଅପମାନ। ଆମେ ମଧ୍ୟ ଏହି କୃଷି ଆଇନ ବିରୋଧରେ ଥିଲୁ, ଆମେ କଙ୍ଗନା ରାଣାୱତଙ୍କ ବୟାନକୁ ବିରୋଧ କରୁଛୁ । ବିବାଦ ବଢ଼ିବା ପରେ ହିମାଚଳ ପ୍ରଦେଶର ମାଣ୍ଡି ସାଂସଦ କଙ୍ଗନା ମଧ୍ୟ ଏକ୍ସରେ ଟ୍ୱିଟ୍‌ କରି ଏହା ତାଙ୍କର ବ୍ୟକ୍ତିଗତ ବିବୃତ୍ତି ବୋଲି କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe