କନକ ବ୍ୟୁରୋ: ଓସ୍କାରକୁ ନେଇ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତଙ୍କ ବିବାଦୀୟ ଟିପ୍ପଣୀ । ଓସ୍କାରକୁ ମୂର୍ଖଙ୍କ ଆୱାର୍ଡ କହିବା ସହ ଆମେରିକା ଉପରେ ବର୍ଷିଛନ୍ତି । ଜଣେ ସୋସିଆଲ ମିଡିଆ ୟୁଜର୍ସ ସିନେମା ଏମରଜେନସିକୁ ଓସ୍କାର ଆୱାର୍ଡ ମିଳିବା ଉଚିତ ବୋଲି ମତାମତ ରଖିଥିଲେ । ଏହାର ପ୍ରତିଉତ୍ତର ରଖି କଙ୍ଗନା କହିଥିଲେ ଓସ୍କାର ହେଉଛି ମୂର୍ଖମାନଙ୍କ ଆୱାର୍ଡ । ଆମେରିକା ବିକାଶଶୀଳ ଦେଶକୁ ନିଜ ଅଧିନରେ ରଖିବାକୁ ଚାହୁଁଛି, ଧମକ ଦିଏ, ସ୍ବର ଚାପେ, ଚାପ ପକାଏ । ନିଜ ଆୱାର୍ଡ ନିଜ ପାଖରେ ରଖୁ ଆମେରିକା ଓ ଭାରତୀୟଙ୍କ ପାଇଁ ଜାତୀୟ ଚଳଚିତ୍ର ସମ୍ମାନ ହିଁ ଯଥେଷ୍ଟ ବୋଲି କହିଛନ୍ତି କଙ୍ଗନା । ଜରୁରୀକାଳିନ ପରିସ୍ଥିତିକୁ ନେଇ ନିର୍ମିତ ସିନେମା ଏମରଜେନ୍ସି ଜାନୁଆରୀ ୧୭ରେ ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ଖୁବ ପସନ୍ଦ କରିବା ସହ ବିବାଦ ମଧ୍ୟ ପଡିଥିଲେ କଙ୍ଗନା ।
ଓସ୍କାର ମନୋନୟନକୁ ମନା କଲେ କଙ୍ଗନା, କହିଲେ ଏହା ମୂର୍ଖଙ୍କ ଆୱାର୍ଡ
ଓସ୍କାର ଆୱାର୍ଡ ପାଇଁ ନିଜ ସିନେମା ଏମରଜେନ୍ସି ମନୋନୟନକୁ ମନା କଲେ କଙ୍ଗନା ରାଣାୱତ । କହିଲେ ଓସ୍କାର ମୂର୍ଖଙ୍କ ଆୱାର୍ଡ । ଭାରତୀୟଙ୍କ ପାଇଁ ଜାତୀୟ ଚଳଚିତ୍ର ସମ୍ମାନ ଯଥେଷ୍ଟ ।
/kanak/media/media_files/2025/03/17/8R81vYN5BQ9a8DKeym1V.jpg)