କନକ ବ୍ୟୁରୋ : ହିମାଚଳର ମଣ୍ଡି ଆସନରୁ ବିଜେପି ଟିକେଟରୁ ସାଂସଦ ଭାବେ ନିର୍ବାଚନ ହୋଇଥିବା କଙ୍ଗନା କଂଗ୍ରେସକୁ ବିରୋଧ କରୁକରୁ ଏବେ ନିଜ ଦଳର ନେତାଙ୍କୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । 
୬ମାସ ପୂର୍ବରୁ ହିମାଚଳ ପ୍ରଦେଶର କୁଲୁରେ ସଡକ ଓ ପରିବହନମନ୍ତ୍ରୀ ନୀତିନ ଗଡକରୀ ଖରାହଲ ଘାଟିରେ ବିଜୁଳି ମହାଦେବ ରୋପ ୱେ ର ଉଦଘାଟନ କରିଥିଲେ । ୨୭୨ କୋଟି ଟଙ୍କାରେ ନିର୍ମାଣ ଚାଲିଥିବା ଏହି ପ୍ରୋଜେକ୍ଟ ବିରୋଧରେ ଏବେ କଙ୍ଗନା ରାଣାୱତ ସାମ୍ନାକୁ ଆସିଛନ୍ତି । କେବଳ କଙ୍ଗନା ନୁହଁନ୍ତି ଏହି ପ୍ରକଳ୍ପକୁ ବିରୋଧ କରି ଗ୍ରାମବାସୀମାନେ ବାରମ୍ବାର ରାଜରାସ୍ତାରେ ପ୍ରତିବାଦ କରୁଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ କି ରୋପ ୱେ ନିର୍ମାଣ ହେଲେ ଦେବତା ଅସନ୍ତୁଷ ହେବେ । ଏହାସହ ସ୍ଥାନୀୟ ଲୋକ ରୋଜଗାର ହରାଇବେ । 

Advertisment

ଏନେଇ କଙ୍ଗନା କହିଛନ୍ତି କି, ଏହି ପ୍ରକଳ୍ପ ବାବଦରେ ସେ ଗଡକରୀଙ୍କ ସହ ଆଲୋଚନା କରିଥିଲେ । ଯଦି ଆମ ଦେବତା ଚାହୁଁ ନାହାଁନ୍ତି ତେବେ ଏଠାରେ ଏହି ପ୍ରକଳ୍ପ ହୋଇପାରିବ ନାହିଁ ବୋଲି କଙ୍ଗନା କହିଛନ୍ତି । ଆମ ପାଇଁ ଆମ ଦଳ ଓ ଦଳର ନେତାଙ୍କ ଠାରୁ ଦେବତା ବଡ଼ ବୋଲି ସେ କହିଛନ୍ତି ।