କନକବ୍ୟୁରୋ : ସାଂସଦଙ୍କୁ ସାଂସଦଙ୍କ ନିମନ୍ତ୍ରଣ । ଫିଲ୍ମ ଏମରଜେନ୍ସି ଦେଖିବାକୁ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ । ଏନେଇ ଏକ ସାକ୍ଷାତାକାରରେ ଏନେଇ ସୂଚନା ଦେଇଛନ୍ତି ସିନେମାର ଲିଡ ଷ୍ଟାର କଙ୍ଗନା । ସତ୍ୟ କାହାଣୀ ଉପରେ ଆଧାରିତ ଏମରଜେନ୍ସିରେ କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ତେବେ କାହାଣୀ, ଚରିତ୍ର ଓ ଲୁକ ରିଲିଜ ପୂର୍ବରୁ ହିଁ ଖୁବ ଚର୍ଚ୍ଚାରେ ରହିଛି । ଜାନୁଆରୀ ୧୭ରେ ରିଲିଜ ହେବ ଏମରଜେନ୍ସି ।