ଶୀତରେ ଥରୁଛି କନ୍ଧମାଳ : ଜନଜୀବନ ଅସ୍ତବ୍ୟସ୍ତ

Advertisment

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରଚଣ୍ଡ ଥଣ୍ଡା । ମାସେରୁ ଊର୍ଦ୍ଧ୍ବ ସମୟ ହେବ ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି । ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତକୁ ଜାଡ କଲବଲ କରୁଛି ....

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରଚଣ୍ଡ ଥଣ୍ଡା । ମାସେରୁ ଊର୍ଦ୍ଧ୍ବ ସମୟ ହେବ ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି । ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତକୁ ଜାଡ କଲବଲ କରୁଛି ....

098

Photograph: (KANAKNEWS)

କନକବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରଚଣ୍ଡ ଥଣ୍ଡା। ମାସେରୁ ଊର୍ଦ୍ଧ୍ବ ସମୟ ହେବ ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି। ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତକୁ ଜାଡ କଲବଲ କରୁଛି । ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି ।  ରାତି ଯେତେ ବଢୁଛି, ଜାଡ଼ ସେତେ ଅଧିକ ହେଉଛି ।  ଜି. ଉଦୟଗିରି ସହରର ତାପମାତ୍ରା ୪ରୁ ୫ଡିଗ୍ରି ରହୁଥିବା ବେଳେ ଦାରିଙ୍ଗବାଡି, ଫୁଲବାଣୀ, ବାଲିଗୁଡ଼ା, ବେଲଘର୍ ସମେତ ଜିଲ୍ଲା ତମାମ ୬ରୁ ୮ ଡିଗ୍ରୀ ମଧ୍ୟ ରେ ତାପମାତ୍ରା ରହୁଥିବା ରେକର୍ଡ କରାଯାଇଛି  ।

ଗତ ମାସେ  ହେବ ଶୀତ କମିବାର ନାଁ ନେଉନି । ନବରଙ୍ଗପୁର ସହର ଓ ବ୍ଲକ ସମେତ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡା, ପାପଡାହାଣ୍ଡି, ଉମରକୋଟ, ଡାବୁଗାଁ, ରାଇଘର, ଝରିଗାଁ ଆଦି ବ୍ଲକ ଅଂଚଳରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ନବରଙ୍ଗପୁର ସହରରେ ଆଜି ୭ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି। ରାତି ଓ ଭୋରରେ କାକର ପଡୁଥିବା ଦେଖିବାକୁ ମିଳିଛି । କୁହୁଡିର ଚାଦରରେ ନବରଙ୍ଗପୁର ସହର ରହିଛି। ପ୍ରବଳ ଥଣ୍ଡା ସହ କାକର ପଡୁଥିବା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ସାଧାରଣ ଜନଜୀବନ ।

ରାଜଧାନୀ ଦିଲ୍ଲୀରେ ସାଂଘାତିକ ହେଲା ବାୟୁ ପ୍ରଦୂଷଣ : ଘରୁ ବାହାରିବା ହୋଇଗଲାଣି ମୁସ୍କିଲ

ସକାଳ ୮ଟା ଯାଏଁ ଥଣ୍ଡା ସହ ଶୀତ ଲହରି ଓ ପ୍ରବଳ କୁହୁଡି ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ପାଣିପାଗ କେନ୍ଦ୍ରରୁ ମିଳିବା ସୂଚନା ଅନୁସାରେ ଆଗାମୀ ସପ୍ତାହଯାଏଁ ଶୀତ ଶୀତ ଲହରୀ ଜାରି ରହିବ । ରାଜ୍ୟର ପ୍ରବଳ  ଶୀତ ହେଉଥିବା ଜିଲ୍ଲା  ମଧ୍ୟରେ ନବରଙ୍ଗପୁର ଜିଲ୍ଲା ସାମିଲ ହୋଇଛି । ରାତି ୯ଟା ବେଳେ ସହର ଖାଁ ଖାଁ ହୋଇଯାଉଛି । ଶୀତବସ୍ତ୍ର ବେପାରୀ ମାନେ ଶୀତବସ୍ତ୍ରର ପସରା ଖୋଲି ଦେଇଛନ୍ତି। ସ୍ଥାନୀୟ ବେପାରୀଙ୍କ ସହ ଉତ୍ତରପ୍ରଦେଶର ଋତୁକାଳୀନ ବେପାରୀ ମାନେ ରାସ୍ତାକଡ଼ରେ ଶୀତବସ୍ତ୍ର, କମ୍ବଳ,କାରଫେଟ ଆଦି ବିକ୍ରୀ କରିବା ଆରମ୍ଭ କରିଛନ୍ତି।  ସବୁ ରେଡିମେଡ ଓ ବଡ ବଡ ଲୁଗାଦୋକାନରେ ଶୀତବସ୍ତ୍ରର ବେପାର ଜୋର ଧରିବାରେ ଲାଗିଛି ।  ସେଭଳି ଗତ କିଛି ଦିନ ହେବ ମିନ୍ତ୍ରା, ଫ୍ଲିପ୍ କାର୍ଟ, ଏଜିଅ, ମିସୋ, ଆମାଜାନ ଆଦିରୁ ବି ବିଭିନ୍ନ ବ୍ରାଣ୍ଡର ଶୀତବସ୍ତ୍ର ମଗାଉଥିବା ଦେଖିବାକୁ ମିଳିଛି । ସହରରେ ଥିବା ୪ଟି ବଡ ମଲରେ ବି ଶୀତବସ୍ତ୍ରରେ ସ୍ବତନ୍ତ୍ର ଅଫର ଆରମ୍ଭ ହୋଇଛି  ।

 ସକାଳରୁ ୯ଟା ଯାଏଁ ଓ ସଂଧ୍ୟା ନଇଁବା ମାତ୍ରକେ କୁହୁଡିର ଚାଦର ଦେଖିବାକୁ ମିଳୁଛି। ଆମ୍ବପାଣିଘାଟି  ସହ ନବରଙ୍ଗପୁର ସହର, ଇନ୍ଦ୍ରାବତୀ ବ୍ରିଜ ଓଭାରତମାଳା ରାସ୍ତା ଉପରେ ମଧ୍ୟ କୁହୁଡିର ଚାଦର ଦେଖିବାକୁ ମିଳୁଛି। ତେଣୁ ଯାନବାହନ ଗୁଡିକ ଲାଇଟ୍ ଲଗାଇ ଯିବା ଆସିବା କରୁଛନ୍ତି। ପ୍ରବଳ କୁହୁଡି ଯୋଗୁଁ ଜିଲ୍ଲାରେ ଛୋଟ ବଡ ଦୁର୍ଘଟଣା ସହ ଧନଜୀବନ ଓ ସମ୍ପତ୍ତି ନଷ୍ଠ ହେବା  ଜାରୀ ରହିଛି।  ଏହାର ପ୍ରଭାବ ଖାସ୍ କରି ଦିନ ମଜୁରିଆ, ଉଠା ଦୋକାନୀ, ସ୍କୁଲ, କଲେଜ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ ଆଦିଙ୍କ ଉପରେ ବେଶି ମାତ୍ରାରେ ପଡିଛି ।  

ଜିଲ୍ଲାପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ଶନିବାର ଦିନ ସକାଳୁଆ ସ୍କୁଲ କରିଛନ୍ତି  । ସହରରେ ଥିବା ୪ଟି ବଡ ମଲରେ ବି ଶୀତବସ୍ତ୍ରରେ ସ୍ବତନ୍ତ୍ର ଅଫର ଆରମ୍ଭ ହୋଇଛି।  ସକାଳରୁ ୯ଟା ଯାଏଁ ଓ ସଂଧ୍ୟା ନଇଁବା ମାତ୍ରକେ କୁହୁଡିର ଚାଦର ଦେଖିବାକୁ ମିଳୁଛି। ଆମ୍ବପାଣିଘାଟି  ସହ ନବରଙ୍ଗପୁର ସହର, ଇନ୍ଦ୍ରାବତୀ ବ୍ରିଜ ଓଭାରତମାଳା ରାସ୍ତା ଉପରେ ମଧ୍ୟ କୁହୁଡିର ଚାଦର ଦେଖିବାକୁ ମିଳୁଛି। ତେଣୁ ଯାନବାହନ ଗୁଡିକ ଲାଇଟ୍ ଲଗାଇ ଯିବା ଆସିବା କରୁଛନ୍ତି। ପ୍ରବଳ କୁହୁଡି ଯୋଗୁଁ ଜିଲ୍ଲାରେ ଛୋଟ ବଡ ଦୁର୍ଘଟଣା ସହ ଧନଜୀବନ ଓ ସମ୍ପତ୍ତି ନଷ୍ଠ ହେବା  ଜାରୀ ରହିଛି।  ଏହାର ପ୍ରଭାବ ଖାସ୍ କରି ଦିନ ମଜୁରିଆ, ଉଠା ଦୋକାନୀ, ସ୍କୁଲ, କଲେଜ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ ଆଦିଙ୍କ ଉପରେ ବେଶି ମାତ୍ରାରେ ପଡିଛି।  ଜିଲ୍ଲାପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ଶନିବାର ଦିନ ସକାଳୁଆ ସ୍କୁଲ କରିଛନ୍ତି ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe