ଏବେ ବି ରହସ୍ୟ ଘେରରେ କନ୍ଧମାଳ ହାତୀ ମୃତ୍ୟୁ ଘଟଣା, ସସ୍ପେନ୍ସ ବଢ଼ାଇଲା ଅଭିଯୁକ୍ତଙ୍କୁ ସହଜରେ ଜାମିନ

Advertisment

ହାତୀ ମୃତ୍ୟୁ ଭଳି ସମ୍ବେଦନଶୀଳ ଘଟଣାରେ ତଳତଳିଆଙ୍କୁ ବଳି ପକାଇ ଖସି ଯିବାକୁ ହୋଇଛି ଉଦ୍ୟମ । ଏସଆଇଟି ଦ୍ବାରା ହତୀ ମୃତ୍ୟୁର ତଦନ୍ତ କରିବାକୁ ଉଠିଛି ଦାବି। ବାଲିଗୁଡା ଡିଏଫଓଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ପ୍ରକୃତ କାରଣ ଜଣାପଡିବ ବୋଲି ଦାବି କରିଛନ୍ତି ପରିବେଶବିତ୍ ।

ହାତୀ ମୃତ୍ୟୁ ଭଳି ସମ୍ବେଦନଶୀଳ ଘଟଣାରେ ତଳତଳିଆଙ୍କୁ ବଳି ପକାଇ ଖସି ଯିବାକୁ ହୋଇଛି ଉଦ୍ୟମ । ଏସଆଇଟି ଦ୍ବାରା ହତୀ ମୃତ୍ୟୁର ତଦନ୍ତ କରିବାକୁ ଉଠିଛି ଦାବି। ବାଲିଗୁଡା ଡିଏଫଓଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ପ୍ରକୃତ କାରଣ ଜଣାପଡିବ ବୋଲି ଦାବି କରିଛନ୍ତି ପରିବେଶବିତ୍ ।

7PM6

କନକ ବ୍ୟୁରୋ : କନ୍ଧମାଳ ବାଲିଗୁଡ଼ା ବନଖଣ୍ଡରେ ବହୁଚର୍ଚ୍ଚିତ ହାତୀ ମୃତ୍ୟୁ ଘଟଣାରେ ନୂଆ ମୋଡ । ଏବେ ସୁଦ୍ଧା ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଅଭିଯୁକ୍ତଙ୍କୁ ମିଳିଛି ଜାମିନ୍। ପ୍ରଥମ ଦିନରୁ ହିଁ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମାଣ ନଷ୍ଟ କରିବାକୁ ଭରପୁର ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏବେ ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କୁ ଜାମିନ ମିଳିଛି । 

ହାତୀ ମୃତ୍ୟୁ ଭଳି ସମ୍ବେଦନଶୀଳ ଘଟଣାରେ ତଳତଳିଆଙ୍କୁ ବଳି ପକାଇ ଖସି ଯିବାକୁ ହୋଇଛି ଉଦ୍ୟମ । ଏସଆଇଟି ଦ୍ବାରା ହତୀ ମୃତ୍ୟୁର ତଦନ୍ତ କରିବାକୁ ଉଠିଛି ଦାବି। ବାଲିଗୁଡା ଡିଏଫଓଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ପ୍ରକୃତ କାରଣ ଜଣାପଡିବ ବୋଲି ଦାବି କରିଛନ୍ତି ପରିବେଶବିତ୍ । ଏପଟେ ଗିରଫ ଅଭିଯୁକ୍ତଙ୍କୁ ଜାମିନ ମିଳିବା ପରେ ଉଦବେଗ ପ୍ରକାଶ ପାଇଛି । ବନ ବିଭାଗ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଯାଇ ଅଭିଯୁକ୍ତ ସଜେଇଥିବା ଡ୍ରାଇଭର୍ ଓ ଗାଁ ଲୋକଙ୍କୁ ଜାମିନ ମିଳିଛି । କୋର୍ଟରେ ଠୋସ୍ ପ୍ରମାଣ ଉପସ୍ଥାପନ ନକରିପାରିବାରୁ ମାମଲା ଏବେ ଥଣ୍ଡା ହେବାକୁ ବସିଛି ବୋଲି ଆଇନଜୀବୀ କହିଛନ୍ତି । 

ଆହୁରି ପଢ଼ନ୍ତୁ:କନ୍ଧମାଳରେ ବଡ଼ ଅପରେସନ: ୩୦ କୋଟିର ଗଞ୍ଜେଇ ଜବତ, ୭୪ ଗିରଫ

 କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡରେ ହାତୀ ମୃତ୍ୟୁ ସହ ଶବକୁ ଅନ୍ୟତ୍ର ଲୁଚାଇବା ଘଟଣା ସାରାରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏବେ ଅଭିଯୁକ୍ତଙ୍କୁ ଜାମିନ ମିଳିବା ଘଟଣା ବନ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଠିଆ କରିଛି। କନ୍ଧମାଳ ମୁଣ୍ଡୁଟି ଜଙ୍ଗଲରେ ଗତ ଜାନୁଆରୀ ୫ରେ ହାତୀ ମୃତ୍ୟୁ ଘଟଣା ଲୋକଲୋଚନକୁ ଆସିଥିଲା। ପ୍ରମାଣ ନଷ୍ଟ କରିବାକୁ ହୋଇଥିଲା ଭରପୁର ଉଦ୍ୟମ। କଳାହାଣ୍ଡି ଜିଲ୍ଲାର କେଶିଙ୍ଗା ନିକଟରୁ ମାଟିତଳୁ ଶବ ବାହାରିବା ପରେ ମାମଲାରେ ସମ୍ପୃକ୍ତ ମୁଖ୍ୟ ଡେପୁଟି ରେଞ୍ଜର ନିଲମ୍ବିତ ହୋଇଥିଲେ । ଭୁଲ  ରିପୋର୍ଟ  ପ୍ରଦାନ ଅଭିଯୋଗରେ ଏସିଏଫଓଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe