କନ୍ଧମାଳ ବେଲଘର ହାତୀ ମୃତ୍ୟୁ ମାମଲା, କଳାହାଣ୍ଡି କେସିଙ୍ଗା ଡ୍ୟାମରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ

Advertisment

ନିଲମ୍ୱିତ ରେଞ୍ଜରଙ୍କ ଗାଁ ନିକଟରେ ସାତ ଫୁଟ ମାଟିତଳେ ହୋଇଥିଲା ପୋତା । ରେଞ୍ଜରଙ୍କ ମିଳୁନି ପତ୍ତା, ସନ୍ଦେହ ଘେରରେ ଏସିଏଫଙ୍କ ଭୂମିକା

ନିଲମ୍ୱିତ ରେଞ୍ଜରଙ୍କ ଗାଁ ନିକଟରେ ସାତ ଫୁଟ ମାଟିତଳେ ହୋଇଥିଲା ପୋତା । ରେଞ୍ଜରଙ୍କ ମିଳୁନି ପତ୍ତା, ସନ୍ଦେହ ଘେରରେ ଏସିଏଫଙ୍କ ଭୂମିକା

Elephant

Elephant Photograph: (KanakNews)

କନକ ବ୍ୟୁରୋ:  ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ବେଳଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲର ମୃତ ହାତୀକୁ ଗାଏବ ଘଟଣା । ନିଲମ୍ବିତ ରେଞ୍ଜର ବିନୟ ବିଶିଙ୍କ ଘର ନିକଟ ମିଳିଲା ଗାଏବ ମୃତ ହାତୀର ଦେହାଂଶ । କେସିଙ୍ଗା ତହଁସିର ଯୋଜନା ନିକଟରୁ ମିଳିଛି ହାତୀର ଖଣ୍ଡ ବିଖଣ୍ଡିତ ମୃତ ଦେହ । ୭ଫୁଟ ମାଟି ତଳେ ହାତୀ ମୃତଦେହ ପୋତା ହୋଇଥିଲା । ହାତୀ ପୋତିବା ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କ ସୂଚନା ଆଧାରରେ ବନ ବିଭାଗକୁ ମିଳିଛି ଏହି ସଫଳତା । ବାଲିଗୁଡା ବନଖଣ୍ଡ ବିଭାଗ କଳାହାଣ୍ଡି ବନଖଣ୍ଡ ବିଭାଗ ମିଳିତ ଭାବେ ଖୋଜାଖୋଜି କରି ସ୍ଥାନ ଚିହ୍ନଟ ପରେ ଅଞ୍ଚଳକୁ ଗ୍ରୀନ ବ୍ୟାରିକେଡ କରି ଘୋଡାଇଥିଲେ । ଜେସିପି ଦ୍ୱାରା ମାଟି କଢା ଯାଇ ୭ଫୁଟ୍‌ ତଳୁ ହାତୀର ମୃତଦେହକୁ ଉଦ୍ଧାର କରାଯାଇଛି ।

 ଅଧିକ ପଢନ୍ତୁ: ଖାଦ୍ୟରେ ବୋମା ଦେଇ ହାତୀଙ୍କୁ କରୁଛନ୍ତି ଶିକାର, ଅନୁଗୁଳରେ ଆହତ ହାତୀର ମୃତ୍ୟୁ ପରେ ବଢ଼ିଲା କାର୍ଯ୍ୟାନୁଷ୍ଠାନ ଦାବି

ହାତୀକୁ ଟିକି ଟିକି କରି କାଟି ପୋତା ଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଭବାନୀପାଟଣା ଓ କେସିଙ୍ଗା ପ୍ରାଣୀ ଚିକିତ୍ସାଳୟର ବିଶେଷଜ୍ଞମାନେ ଶବ ବ୍ୟବଚ୍ଛେଦ କରିଥିଲେ । ରାତିରେ ମୋବାଇଲ ଲାଇଟରେ ବ୍ୟବଚ୍ଛେଦ କରାଯାଇଥିବାରୁ ବନ ବିଭାଗ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହାତୀ ମୃତଦେହ ଉଦ୍ଧାରକୁ ସଂପୂର୍ଣ୍ଣ ଗୋପନୀୟ ରଖିବାକୁ ଚେଷ୍ଟା କରାଯାଇଥିଲା । ଗଣମାଧ୍ୟମ ପ୍ରତିନିଧିଙ୍କୁ ଫଟୋ ନେବାକୁ ମଧ୍ୟ ବାରଣ କରାଯାଇଥିଲା । ଆରମ୍ଭରୁ ଏହି ଘଟଣାରେ ବନ ବିଭାଗର ତଦନ୍ତ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମଙ୍ଗଳବାର ହାତୀ ମୃତଦେହ ଗାଏବ ଘଟଣାରେ ସଂପୃକ୍ତ ରେଞ୍ଜର ବିନୟ ବିଶିକୁ ନିଲମ୍ବିତ କରିଯାଇଥିଲା । ଆଉ ବୁଧବାର ତାଙ୍କ ଗାଁ ନିକଟରୁ ମିଳିଛି ମୃତ ହାତୀର ଖଣ୍ଡ ବିଖଣ୍ଡିତ ଦେହାବଶେଷ । ବାଲିଗୁଡ଼ା ବନଖଣ୍ଡର ବେଲଘର ରେଞ୍ଜର ମୁଣ୍ଡୁଟି ଜଙ୍ଗଲରେ ଚଳିତ ମାସ ୫ ତାରିଖରେ ଏକ ହାତୀ ମୃତ ଘଟଣା ଚପାଇ ଦେବାକୁ ସ୍ଥାନୀୟ ରେଞ୍ଜର ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ବିଭାଗ ପକ୍ଷରୁ ପୁରା ଘଟଣାର ଖୋଳତାଡ଼ ଜାରି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe