କନକ ବ୍ୟୁରୋ: ରତନସରା ଖଣିରେ ରେଡ୍ । କନକ ନ୍ୟୁଜ୍ ଅପରେସନ ପାର୍ଟ-୨ର ମହାପ୍ରଭାବ । ପୁଣି ଆକ୍ସନ ମୁଡ୍ରେ ଜିଲ୍ଲା ପ୍ରଶାସନ । ତେଲେନଡିହି ପରେ ରତନସରା ଖଣିରେ ରେଡ୍ । ଉପଜିଲ୍ଲାପାଳ,ପୋଲିସ,ତହସିଲ ଟିମର ଚଢାଉ । ରତନସରାରେ ଥିବା ୧୦ରୁ ଅଧିକ ଖଣିରେ ଚଢାଉ । ମିଳିଲାଣି ଟନ୍ ଟନ୍ କୋଇଲା । ଗଚ୍ଛିତ ହୋଇ ରହିଛି ଆହୁରି ହଜାର ହଜାର ଟନ୍ କୋଇଲା ।
ତେଲେନଡିହି ପରେ ମାଫିଆଙ୍କ ରତନସରା ଠିକଣାରେ କନକ ନ୍ୟୁଜ୍ । ଜଙ୍ଗଲ ନାଳ ଡେଇଁ ମାଫିଆଙ୍କ ଠିକଣାରେ ପହଞ୍ଚିଛନ୍ତି ଆମ ପ୍ରତିନିଧି । ସାରା ରାଜ୍ୟରେ ସୁନ୍ଦରଗଡ ଜିଲ୍ଲାର ଖଣି ଚୋରି ଚହଳ ପକାଇ ଦେଇଛି। ଏହି ଚୋରା ଖଣିରେ ସାମିଲ ଥିବା ସରକାରୀ ବାବୁ, କୋଇଲା ଚୋରି କରୁଥିବା ମାଫିଆ ଓ ତାଙ୍କୁ ସୁରକ୍ଷା ଦେଉଥିବା ରାଜନେତାଙ୍କ ଛାତି ଥରହର ହେବାକୁ ବସିଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/04/08/K3Nhk7i7rIwwQ5b1zb9I.jpg)