ହସ ଫୁଟାଇଲା କନକ ନ୍ୟୁଜ୍,୧୦ ଦିନରେ ଅନାଥ ପିଲାଙ୍କ ଆଧାର କରିଦେଲେ ବିଡିଓ

Advertisment

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଦେଉଳପଡ଼ା ଗାଁର ଏ ଦୁଃଖ ଭରା କାହାଣୀ ମାତ୍ର ଅଳ୍ପ କିଛି ଦିନ ପୂର୍ବେ ଆମେ କନକ ନ୍ୟୁଜରେ ଦେଖାଇଥିଲୁ । ଆମ କ୍ୟାମେରା ଆଗରେ ଅସହାୟ କଣ୍ଠରେ ନିଜ ଦୁଃଖ କହିଥିଲେ ସାତ ବର୍ଷରୁ କମ ତିନି ଭାଇ ଭଉଣୀ ।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଦେଉଳପଡ଼ା ଗାଁର ଏ ଦୁଃଖ ଭରା କାହାଣୀ ମାତ୍ର ଅଳ୍ପ କିଛି ଦିନ ପୂର୍ବେ ଆମେ କନକ ନ୍ୟୁଜରେ ଦେଖାଇଥିଲୁ । ଆମ କ୍ୟାମେରା ଆଗରେ ଅସହାୟ କଣ୍ଠରେ ନିଜ ଦୁଃଖ କହିଥିଲେ ସାତ ବର୍ଷରୁ କମ ତିନି ଭାଇ ଭଉଣୀ ।

KANAK IMPACT

KANAK IMPACT Photograph: (kanak news)

କନକ ବ୍ୟୁରୋ: ଏ କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟିଛି । ଯେଉଁ ପିଲାଙ୍କୁ ଅନାଥ ଭାବି ୧୦ ଦିନ ତଳେ ପଚାରୁନଥିଲା ପ୍ରଶାସନ ଆଜି ସେ ପିଲାଙ୍କ ପାଖକୁ ଆସି ଦୁଃଖ ବୁଝିଛନ୍ତି ଜିଲ୍ଲା ପ୍ରଶାସନ । ଆଉ ଏ କୁନି କୁନି ପିଲାଙ୍କ ହସ ପଛରେ ରହିଛି କନକ ନ୍ୟୁଜ୍ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଦେଉଳପଡ଼ା ଗାଁର ଏ ଦୁଃଖ ଭରା କାହାଣୀ ମାତ୍ର ଅଳ୍ପ କିଛି ଦିନ ପୂର୍ବେ ଆମେ କନକ ନ୍ୟୁଜରେ ଦେଖାଇଥିଲୁ । ଆମ କ୍ୟାମେରା ଆଗରେ ଅସହାୟ କଣ୍ଠରେ ନିଜ ଦୁଃଖ କହିଥିଲେ ସାତ ବର୍ଷରୁ କମ ତିନି ଭାଇ ଭଉଣୀ । ବାପା-ମା’ଙ୍କ ଦେହାନ୍ତ ପରେ କେମିତି ଅନାଥ ହୋଇଥିଲେ ଏହି ୩ ଛୁଆ ତା’ବି ଦେଖାଇଥିଲୁ । ସେମାନଙ୍କ ଗରିବ ପିଉସୀ ନିଜ ଅକ୍ଷମତା ସତ୍ତ୍ୱେ ତିନି ପିଲାଙ୍କୁ କୋଳେଇ ନେଇଥିବାର କାହାଣୀ ରାଜ୍ୟବାସୀଙ୍କୁ ଜଣାଇଥିଲା କନକ ନ୍ୟୁଜ୍ । ଆଧାର କାର୍ଡ ସେମାନଙ୍କୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ରଖିଥିବାରୁ ତାଙ୍କ ଆଗାମୀ ଭବିଷ୍ୟତରେ ସତେ ଯେମିତି ବେଡ଼ି ପଡ଼ିଥିଲା ।

ଏମାନଙ୍କ ଖବର କନକ ନ୍ୟୁଜରେ ଦେଖିବା ପରେ ଆମକୁ ଯୋଗାଯୋଗ କରିଥିଲେ ସ୍ଥାନୀୟ କୃଷ୍ଣପ୍ରସାଦ ବ୍ଳକ୍ ବିଡିଓ ଅମୀୟ କୁମାର ପଣ୍ଡା । ଆମ ଟିମ୍ ସହ ଉକ୍ତ ଅସହାୟ ପରିବାର ପାଖକୁ ଯାଇଥିଲେ । ପିଲାଙ୍କୁ ଆଦରରେ କୋଳେଇ ନେବା ସହ । ସଙ୍ଗେ ସଙ୍ଗେ ଆଧାର ପଞ୍ଜିକରଣର ସମସ୍ତ ସୁବିଧା କରିଥିଲେ । ନିଜ ଗାଡିରେ ପିଲାଙ୍କୁ ବସାଇ ପଞ୍ଜିକରଣ କେନ୍ଦ୍ରକୁ ନେଇ ସମସ୍ତ ପ୍ରକ୍ରିୟା ସାରିଥିଲେ । ଏପରିକି ନିଜ ପକେଟରୁ କିଛି ଆର୍ଥିକ ସାହାଯ୍ୟ ବି ପିଲାଙ୍କୁ ଦେଇଥିଲେ । ଆମେ କେବଳ ମାଧ୍ୟମ ସାଜିଲୁ ହେଲେ ଅଧିକାରୀ ଯଦି ଏଭଳି ହୁଅନ୍ତି ତେବେ ଅସହାୟ ଲୋକ ନିଶ୍ଚୟ ଭାବେ ସହାୟତା ପାଇବେ । 

ଅଧିକ ପଢ଼ନ୍ତୁ--ଅନାଥ ବୋଲି ଅଣଦେଖା..ହୋଇପାରୁନି ଆଧାର, ମିଳୁନି ଆହାର;ସାହାରା ହେବେ ତ ସରକାର?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe