କନକ ବ୍ୟୁରୋ: ଝାରସୁଗୁଡା ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦିଆ ତାରା ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏହି ଯୋଜନାରେ ସ୍କୁଲଗୁଡିକରେ ସ୍ମାଟ ଟିଭି ଲଗାଯାଇଥିଲା । ହେଲେ ଏକ ସ୍କୁଲରୁ ଯେଉଁ ଅଭିଯୋଗ ଆସିଛି ତାହା ସମସ୍ତଙ୍କୁ ଚକିତ କରି ଦେଇଥିଲା  । ଟିଭି ଉପରେ ଏକ ନାମିଦାମୀ ବ୍ରାଣ୍ଡର ଷ୍ଟିକର ଲାଗିଥିବା ବେଳେ ଟିଭି ଟି ସେହି କମ୍ପାନୀର ନୁହେଁ ବୋଲି ଅଭିଯୋଗ କରିଥିଲେ ସ୍କୁଲର ପ୍ରଧାନ ଶିକ୍ଷକ । ତେବେ ଏନେଇ କନକ ନିୟୁଜରେ ଗତ ସେପ୍ଟେମ୍ବର ମାସରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଉକ୍ତ ସ୍କୁଲର ଟିଭି ବଦଳି କରାଯାଇଛି ବୋଲି ସ୍କୁଲ ପ୍ରଧାନ ଶିକ୍ଷକ କହିଛନ୍ତି ।

Advertisment


ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୨୩ ରେ ଉଦିଆ ତାରା ଯୋଜନାର ଶୁଭାରମ୍ଭ ହୋଇଥିଲା । ଏହି ଯୋଜନାରେ ଜିଲ୍ଲାର ପାଖାପାଖି ୪୦୦ଟି ସ୍କୁଲରେ ଟିଭି ଓ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । ତେବେ କୋଲାବିରା ବ୍ଲକ ରେଙ୍ଗାଲପାଲି ସ୍କୁଲର ଟିଭି ଖରାପ ହେବା ପରେ ଉକ୍ତ ଟିଭିଟି କେଉଁ କମ୍ପାନୀର ତାକୁ ନେଇ ପ୍ରଶ୍ନ  ଉଠିଥିଲା । 

ବାହାରେ ନାମିଦାମୀ ବ୍ରାଣ୍ଡର ଷ୍ଟିକର ଲାଗିଥିବା ବେଳେ ଟିଭି ଖରାପ ହେବା ପରେ ଉକ୍ତ କମ୍ପାନୀର ସେହି ଟିଭି ନୁହେଁ ବୋଲି କମ୍ପାନୀ ମନାକରିଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ କନକ ନିୟୁଜରେ ଗତ ସେପଟେମ୍ବର ମାସରେ ଖବର ପ୍ରସାରଣ ହୋଇଥିଲା। ଖବର ପ୍ରସାରଣ ପରେ ଉକ୍ତ କମ୍ପାନୀ ସ୍କୁଲରେ ଲାଗିଥିବା ଟିଭିକୁ ବଦଳି କରିଦେଇଛି । ସ୍କୁଲରେ ଲାଗିଛି ନୂଆ ଟିଭି । 


ଏବେ ବି ଟିଭିଟି ପ୍ରକୃତରେ କେଉଁ କମ୍ପାନୀର ତାକୁ ନେଇ ପ୍ରଶ୍ନ ଉଠୁଛି । ଖବର ପ୍ରସାରଣ ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏକ ପାଂଚ ଜଣିଆ ଟିମ ଗଠନ କରାଯାଇଛି । ଟିମଟି ବିଭିନ୍ନ ସ୍କୁଲ ଗୁଡିକ ଯାଇ ଯାଞ୍ଚ କରିଛନ୍ତି । 

ଟିଭି ଉପରେ ଲାଗିଥିବା ସିରିଆଲ ନମ୍ବର କମ୍ପାନୀ ପାଖକୁ ପଠାଇଥିବା ବେଳେ ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଆଗାମୀ ଦିନରେ ଟିମ ଯାହା ରିପୋର୍ଟ ଦେବ ତାକୁ ନେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।