ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ କନକ ନ୍ୟୁଜ ହାତରେ ଗୁରରୁତ୍ୱପୂର୍ଣ୍ଣ ତଥ୍ୟ : ସେଦିନ ସନ୍ଧ୍ୟାରେ ପୀଡ଼ିତାଙ୍କ ସହ କେମିତି ଘଟିଥିଲା ନାରକୀୟ କାଣ୍ଡ

ଗୋପାଳପୁର ଗଣଦୁଷ୍କର୍ମ ମାମଲା   ।  ଏହି ଘଟଣାରେ କନକ ନ୍ୟୁଜ ହାତରେ ଲାଗିଛି ଗୁରରୁତ୍ୱପୂର୍ଣ୍ଣ ତଥ୍ୟ  ।  ସେଦିନ ସନ୍ଧ୍ୟାରେ ପୀଡ଼ିତାଙ୍କ ସହ କେମିତି ଘଟିଥିଲା ନାରକୀୟ କାଣ୍ଡ

68

Photograph: (KANAKNEWS)

କନକବ୍ୟୁରୋ : ଗୋପାଳପୁର ଗଣଦୁଷ୍କର୍ମ ମାମଲା   ।  ଏହି ଘଟଣାରେ କନକ ନ୍ୟୁଜ ହାତରେ ଲାଗିଛି ଗୁରରୁତ୍ୱପୂର୍ଣ୍ଣ ତଥ୍ୟ  ।  ସେଦିନ ସନ୍ଧ୍ୟାରେ ପୀଡ଼ିତାଙ୍କ ସହ କେମିତି ଘଟିଥିଲା ନାରକୀୟ କାଣ୍ଡ ।  ତାର ପ୍ରମାଣ ଲାଗିଛି କନକ ନ୍ୟୁଜ ହାତରେ ।  ଏତଲା କପିଠାରୁ ନେଇ ଚାର୍ଜସିଟ ଯାଏ ସବୁଥିରେ ଉଲ୍ଲେଖ ଅଛି ।  ବେଳାଭୂମିରେ କଣ କଣ ଘଟିଥିଲା ସବୁ ଉଲ୍ଲେଖ ରହିଛି ।

ଗତ ଜୁନ ୧୫ ତାରିଖ ସନ୍ଧ୍ୟାରେ ପୀଡ଼ିତା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ଯାଇଥିଲେ ।  ସେଠାରେ ସନ୍ଧ୍ୟା ୬ଟା ୪୫ରେ  ତାଙ୍କ ପାଖକୁ ଆସିଥିଲେ ୧୦ରୁ ଅଧିକ ଯୁବକ । ପୁରୁଷ ବନ୍ଧୁଙ୍କୁ ମାଡ଼ ମାରିଥିଲେ । ଏହି ମାମଲାରେ ଗତ ଜୁଲାଇ ୨୮ ତାରିଖରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରିଥିଲା  ।  ଯେଉଁଥିରେ ଓମ ପ୍ରଧାନଙ୍କ ସମ୍ପୃକ୍ତି ନଥିବା ଦର୍ଶାଯାଇଛି  ।  ଆଜି ଅଭିଯୁକ୍ତ ଓମଙ୍କ ପକ୍ଷରୁ ଜିଲ୍ଲା ଜଜ କୋର୍ଟରେ ଜାମିନ ଆବେଦନ ହୋଇଥିଲା । ହେଲେ ତଳ କୋର୍ଟରୁ ଉପର କୋର୍ଟକୁ ଫାଇଲ ଯାଇନଥିବାରୁ ଜାମିନ ଆବେଦନ ହୋଇପାରିନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe