କନକବ୍ୟୁରୋ : ଗୋପାଳପୁର ଗଣଦୁଷ୍କର୍ମ ମାମଲା । ଏହି ଘଟଣାରେ କନକ ନ୍ୟୁଜ ହାତରେ ଲାଗିଛି ଗୁରରୁତ୍ୱପୂର୍ଣ୍ଣ ତଥ୍ୟ । ସେଦିନ ସନ୍ଧ୍ୟାରେ ପୀଡ଼ିତାଙ୍କ ସହ କେମିତି ଘଟିଥିଲା ନାରକୀୟ କାଣ୍ଡ । ତାର ପ୍ରମାଣ ଲାଗିଛି କନକ ନ୍ୟୁଜ ହାତରେ । ଏତଲା କପିଠାରୁ ନେଇ ଚାର୍ଜସିଟ ଯାଏ ସବୁଥିରେ ଉଲ୍ଲେଖ ଅଛି । ବେଳାଭୂମିରେ କଣ କଣ ଘଟିଥିଲା ସବୁ ଉଲ୍ଲେଖ ରହିଛି ।
ଗତ ଜୁନ ୧୫ ତାରିଖ ସନ୍ଧ୍ୟାରେ ପୀଡ଼ିତା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ଯାଇଥିଲେ । ସେଠାରେ ସନ୍ଧ୍ୟା ୬ଟା ୪୫ରେ ତାଙ୍କ ପାଖକୁ ଆସିଥିଲେ ୧୦ରୁ ଅଧିକ ଯୁବକ । ପୁରୁଷ ବନ୍ଧୁଙ୍କୁ ମାଡ଼ ମାରିଥିଲେ । ଏହି ମାମଲାରେ ଗତ ଜୁଲାଇ ୨୮ ତାରିଖରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରିଥିଲା । ଯେଉଁଥିରେ ଓମ ପ୍ରଧାନଙ୍କ ସମ୍ପୃକ୍ତି ନଥିବା ଦର୍ଶାଯାଇଛି । ଆଜି ଅଭିଯୁକ୍ତ ଓମଙ୍କ ପକ୍ଷରୁ ଜିଲ୍ଲା ଜଜ କୋର୍ଟରେ ଜାମିନ ଆବେଦନ ହୋଇଥିଲା । ହେଲେ ତଳ କୋର୍ଟରୁ ଉପର କୋର୍ଟକୁ ଫାଇଲ ଯାଇନଥିବାରୁ ଜାମିନ ଆବେଦନ ହୋଇପାରିନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/08/68-2025-08-08-14-51-08.jpg)