କନକ ବ୍ୟୁରୋ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ କନକ ନ୍ୟୁଜ ହାତରେ ଲାଗିଛି ଗୁରରୁତ୍ୱପୂର୍ଣ୍ଣ ତଥ୍ୟ। ସେଦିନ ସନ୍ଧ୍ୟାରେ ପୀଡ଼ିତାଙ୍କ ସହ କେମିତି ଘଟିଥିଲା ନାରକୀୟ କାଣ୍ଡ, ତାର ପ୍ରମାଣ ଲାଗିଛି ଆମ ହାତରେ । ଏତଲା କପିଠାରୁ ନେଇ ଚାର୍ଜସିଟ ଯାଏ, ସବୁଥିରେ ଉଲ୍ଲେଖ ଅଛି ବେଳାଭୂମିରେ ଯୌନରାକ୍ଷସଙ୍କ ବିଭତ୍ସ ଗଣଦୁଷ୍କର୍ମର ପ୍ରତିଟି କାହାଣୀ। ସେପଟେ ଆଜି ଅନ୍ୟତମ ଅଭିଯୁକ୍ତ ଓମ ପ୍ରଧାନଙ୍କ ପକ୍ଷରୁ ଜିଲ୍ଲା ଜଜ କୋର୍ଟରେ ଜାମିନ ଆବେଦନ କରାଯାଇଥିଲେ ବି ତାହା ଗ୍ରହଣ ହୋଇନି ।
୨ ଘଣ୍ଟାର ଲୋମହର୍ଷଣକାରୀ ଗଣଦୁଷ୍କର୍ମ । ପାଶବିକ ଅତ୍ୟାଚାରର ପୁଳା ପୁଳା କଳାଫର୍ଦ୍ଦ । ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲାରେ କନକ ନ୍ୟୁଜ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ । ଚାର୍ଜସିଟରେ ଲେଖା ଅଛି ଅନ୍ଧାର ରାତିର କଳା କାହାଣୀ। ....
ପ୍ରମୋଦ ନାଏକ, ବାବୁରାମ ଦଳେଇ ଓ କୁନାଲ ପ୍ରଧାନ । ଏଇ ତିନି ଜଣ ହିଁ ସେଦିନ ସଞ୍ଜରେ ସାଜିଥିଲେ ବେଳାଭୂମିର ସଇତାନ। ପୁରୁଷ ବନ୍ଧୁଙ୍କୁ ଅନ୍ୟମାନେ ମାଡ଼ ମାରି କବଜା କରିନେବା ପରେ ପୀଡ଼ିତାଙ୍କୁ ଘୋଷାରି ଘୋଷାରି କ୍ୟାବିନ ପାଖକୁ ନେଇ ଝୁଣି ପକାଇଥିଲେ ଏହି ଯୌନ ରାକ୍ଷସ । ଅଭିଯୁକ୍ତ ଦୀପକ ତରାଇ ପୀଡ଼ିତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ବାରମ୍ବାର ସ୍ପର୍ଶ କରି ଉତ୍ତେଜିତ ହେଉଥିଲା ବେଳେ ଓମ ପ୍ରଧାନଙ୍କ ନାଁରେ ଆସିଛି ଅଭିଯୁକ୍ତଙ୍କୁ ଖସାଇ ନେଉଥିବାର ସଂଗୀନ ଅଭିଯୋଗ।
ସେପଟେ ପୁଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି। ଉଭୟ ପୁଲିସ ଓ କ୍ରାଇମବ୍ରାଞ୍ଚ ଠିକ ଦିଗରେ ତଦନ୍ତ କରିନଥିବା ଅଭିଯୋଗ କରିଛନ୍ତି ଅଭିଯୁକ୍ତ ଓମଙ୍କ ଓକିଲ । ଅଭିଯୁକ୍ତ ଓମର ସମ୍ପୃକ୍ତି ନଥିବା ଦର୍ଶାଇଛି କ୍ରାଇମବ୍ରାଞ୍ଚ । ବୁଲେଟରେ ୨ ଅଭିଯୁକ୍ତଙ୍କୁ ବସାଇ ନେଉଥିବା ବେଳେ ତାଙ୍କୁ ଷ୍ଟ୍ରିଟ ଲାଇଟ ଆଲୁଅରେ ଚିହ୍ନିଥିଲେ ପୀଡ଼ିତା । ଯାହା ସେ ଟିଆଇ ପରେଡ ବୟାନରେ ସ୍ପଷ୍ଟ କରିଛନ୍ତି । ତେବେ ଆସନ୍ତା ସୋମବାର ଜିଲ୍ଲା ଦୌରାଜଜ ଅଦାଲତରେ ଓମ ଜାମିନ ଆବେଦନ କରିବେ ବୋଲି କହିଛନ୍ତି ଆଇନଜୀବୀ ।
ଗତ ଜୁନ ୧୫ ତାରିଖରେ ଘଟିଥିଲା ଏହି ବିଭତ୍ସ ଗଣଦୁଷ୍କର୍ମ। ୨୪ ଘଣ୍ଟା ଭିତରେ ସମସ୍ତ ଅଭିଯୁକ୍ତ ଧରା ପଡ଼ିଥିଲେ । ଆସନ୍ତା ସୋମବାର ଜେଏମଏଫସି କୋର୍ଟରୁ ମାମଲା ଜିଲ୍ଲା ଦୌରା ଜଜ ଅଦାଲତକୁ ଯାଇପାରେ ।