କନକ ବ୍ୟୁରୋ : ଶିକ୍ଷା । ଯାହା କେବେ ସରି ନଥାଏ । ଯାହା ଜଣଙ୍କର ଭବିଷ୍ୟତକୁ ନିର୍ଣ୍ଣୟ କରିଥାଏ । ସମାଜରେ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ସମାଜକୁ ଆଗକୁ ବଢ଼ିବା ପାଇଁ ବାଟ ଦେଖାଏ । ବର୍ତମାନ ଉପରେ ଭବିଷ୍ୟତ ନିର୍ମାଣ କରେ । କିନ୍ତୁ ଏହାକୁ ହାସଲ କରିବା ଏତେ ସହଜ ନୁହେଁ । ଏଥିପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବହୁ ଉଦ୍ୟମ ହେଉଛି। ତାରି ଭିତରେ ଗୁଣ୍ଡିଚି ମୁଷା ଭଳି କନକ-ନ୍ୟୁଜ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ଉତ୍କର୍ଷ ଏହାର ସପ୍ତମ ସଂସ୍କରଣ ଆୟୋଜନ କରିଛି । ଏଥିରେ ଯୋଗ ଦେଇଛନ୍ତି ମହାମହିମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ।
ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ଓ ଏହାକୁ ସୁଧାରି କିଭଳି ଆଗକୁ ଶିକ୍ଷାର ବିକାଶ ହୋଇପାରିବ ସେନେଇ ବିଭିନ୍ନ ଆଲୋଚନାଚକ୍ରରେ ଭାଗନେଇ ବହୁମୂଲ୍ୟ ମତାମତ ରଖିଛନ୍ତି ଶିକ୍ଷାବିତ୍ ଓ ଗବେଷକ। ଉତ୍କର୍ଷର ସନ୍ଧାନଠାରୁ ଆରମ୍ଭ କରି ବୃତ୍ତି ଚୟନ କ୍ଷେତ୍ରରେ ଆହ୍ୱାନ, ଶିକ୍ଷା ବ୍ୟବସ୍ଥାରେ ଆବଶ୍ୟକ ହେଉଥିବା ପରିବର୍ତନ ଏବଂ ଭବିଷ୍ୟତ ନିର୍ମାଣ ପାଇଁ ଶ୍ରେଣୀଗୃହକୁ ପ୍ରସ୍ତୁତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଟିପ୍ପଣୀ କରିଛନ୍ତି ।
ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି କୃତିତ୍ୱ ହାସଲ କରିଥିବା କିଛି ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି।