କନକ ବ୍ୟୁରୋ: ସ୍ୱାଭିମାନ ଅଞ୍ଚଳରେ ମାଓନେତ୍ରୀଙ୍କ ଘରେ କନକ ନ୍ୟୁଜ। ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ମାଓନେତ୍ରୀ ତୁଳସୀ ଖରାଙ୍କୁ ନିବେଦନ କରିଛନ୍ତି ପରିବାର ଲୋକ। ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଦେଶ ହେବ ମାଓ ମୁକ୍ତ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଏଭଳି ନିର୍ଦେଶ ପରେ ଶହଶହ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି । ହେଲେ ଏବେ ବି ଲାଲ୍ ସଂଗଠନ ସକ୍ରିୟ ଅଛନ୍ତି ସ୍ୱାଭିମାନ ଅଞ୍ଚଳର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ମୁକୁଟପାଲ୍ଲୀ ଗାଁର ତୁଳସୀ ଖରା ।
ତୁଳସୀ ଖରା
ଘର- ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ
ଯୋଡ଼ାମ୍ବ ଥାନା ଅନ୍ତର୍ଗତ ମୁକୁଟପାଲ୍ଲୀ ଗାଁର ତୁଳସୀ
୧୦ ବର୍ଷ ତଳୁ ଲାଲ ସଂଗଠନରେ ସକ୍ରିୟ
୧୫ ବର୍ଷ ବୟସରେ ମାଓ ସଂଗଠନରେ ସାମିଲ
ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେସାଲ ଜୋନାଲ କମିଟିରେ ସକ୍ରିୟ ସଦସ୍ୟ
ଏତେ ବର୍ଷ ଭିତରେ କେବେ ବି ପରିବାର ସହ ନାହିଁ ଯୋଗାଯୋଗ
ତୁଳସୀଙ୍କ ନାଁରେ ରହିଛି ୧ ଲକ୍ଷ ୫୬ ହଜାର ଟଙ୍କାର ପୁରସ୍କାର ରାଶି
ତୁଳସୀ ବ୍ୟବହାର କରୁଥିବା ଅସ୍ତ୍ର- ଇନସା କିମ୍ବା ଏସ୍ଏଲ୍ଆର
ଘରକୁ ଫେରି ଆସିବାକୁ ବାପା ମୋହନ ଖରାଙ୍କ ନିବେଦନ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/04/tulsi-khara-2026-01-04-18-40-37.jpg)