ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ କାର୍ଯ୍ୟାଳୟରେ ଗୁଳିମାଡ଼ । ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ

Advertisment

ଡୋନାଲ୍ଡ ଟ୍ରମ୍ପଙ୍କ ପରେ କମଲା ହାରିସଙ୍କୁ ଗୁଳି । ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ନିର୍ବାଚନୀ କ୍ୟାମ୍ପେନ ଅଫିସ୍ ଉପରକୁ ଗୁଳି ଚଳାଇଛନ୍ତି ଦୁବୁର୍ତ୍ତ ।

Updated On

ଡୋନାଲ୍ଡ ଟ୍ରମ୍ପଙ୍କ ପରେ କମଲା ହାରିସଙ୍କୁ ଗୁଳି । ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ନିର୍ବାଚନୀ କ୍ୟାମ୍ପେନ ଅଫିସ୍ ଉପରକୁ ଗୁଳି ଚଳାଇଛନ୍ତି ଦୁବୁର୍ତ୍ତ ।

ଅଦ୍ୟତନ ହୋଇଛି
17ଲ

କନକ ବ୍ୟୁରୋ : ଡୋନାଲ୍ଡ ଟ୍ରମ୍ପଙ୍କ ପରେ କମଲା ହାରିସଙ୍କୁ ଗୁଳି । ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ନିର୍ବାଚନୀ କ୍ୟାମ୍ପେନ ଅଫିସ୍ ଉପରକୁ ଗୁଳି ଚଳାଇଛନ୍ତି ଦୁବୁର୍ତ୍ତ । ଡେମାକ୍ରାଟିକ୍ ପାର୍ଟି ତରଫରୁ ଏଥର ନିର୍ବାଚନ ଲଢଛନ୍ତି କମଲା ହାରିସ୍ । ଟେମ୍ପେରେ ଥିବା କମଲା ହାରିସ ନିର୍ବାଚନ କ୍ୟାମ୍ପେନ ଅଫିସ୍ ଉପରେ ଗୁଳିମାଡ ହୋଇଛି । ଅଫିସର ଆଗ ଝରକା ପଟୁ ଦୁବୁର୍ତମାନେ ଗୁଳିମାଡ କରିଛନ୍ତି । କିନ୍ତୁ ଏଥିରେ କାହାର କିଛି କ୍ଷତି ହୋଇନାହିଁ । 

ଚଳିତ ମାସରେ କମଲା ହାରିସଙ୍କ ଅଫିସ୍ ଉପରକୁ ଦୁଇ ଥର ଗୁଳିମାଡ ହେଲାଣି । ରାତିରେ ଗୁଳିମାଡ ହୋଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣ ପରେ କମଲା ହାରିସଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ପୂର୍ବରୁ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ ହୋଇଥିଲା । ନିର୍ବାଚନୀ ପ୍ରଚାର ସମୟରେ ଟ୍ରମ୍ପଙ୍କ ଉପରକୁ ଗୁଳିକରାଯାଇଥିଲା । ଯେଉଁଥିରୁ ସେ ଅଳ୍ପକେ ବର୍ତ୍ତଯାଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe