କମଲ ହାସନଙ୍କ ଅଡ଼ୁଆ ବଢ଼ିଲା ; କମଲଙ୍କ ଅଭିନୀତ ଫିଲ୍ମ ବ୍ୟାନ୍ କରିବାକୁ କର୍ଣ୍ଣାଟକ ସରକାରଙ୍କ ନିର୍ଦ୍ଦେଶ

କର୍ଣ୍ଣାଟକ ସରକାର ଅଭିନେତା କମଲ ହାସନଙ୍କ ସମସ୍ତ ଚଳଚ୍ଚିତ୍ରକୁ ରାଜ୍ୟରେ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି । କମଲ ହାସନ କନ୍ନଡ଼ ଭାଷା ଓ ସଂସ୍କୃତିକୁ ନେଇ  ଏକ ବିବାଦୀୟ ମନ୍ତବ୍ୟ ଦେବା ପରେ ଆସିଛି ।

Kamal hasan

Kamal hasan Photograph: (KanakNews)

କନକ ବ୍ୟୁରୋ: କର୍ଣ୍ଣାଟକ ସରକାର ଅଭିନେତା କମଲ ହାସନଙ୍କ ସମସ୍ତ ଚଳଚ୍ଚିତ୍ରକୁ ରାଜ୍ୟରେ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି । କମଲ ହାସନ କନ୍ନଡ଼ ଭାଷା ଓ ସଂସ୍କୃତିକୁ ନେଇ  ଏକ ବିବାଦୀୟ ମନ୍ତବ୍ୟ ଦେବା ପରେ ଆସିଛି । ଅନ୍ୟପଟେ  ଏହି ପ୍ରସଙ୍ଗକୁ ନେଇ କମଲ ହାସନ କ୍ଷମା ମାଗିବାକୁ ସ୍ପଷ୍ଟ  ମନା କରିଦେଇଛନ୍ତି । ଅନ୍ୟପଟେ କର୍ଣ୍ଣାଟକର ସଂସ୍କୃତି ମନ୍ତ୍ରୀ ବି. ନାଗେନ୍ଦ୍ର କହିଛନ୍ତି , କମଲ ହାସନଙ୍କ ମନ୍ତବ୍ୟ କନ୍ନଡ଼ ଭାଷାଭାଷୀ ଲୋକଙ୍କ  ଆତ୍ମସମ୍ମାନକୁ ଆଘାତ ଦେଇଛି । ସେ କ୍ଷମା ନମାଗିବା ଯାଏ  ତାଙ୍କ ଅଭିନୀତ ଚଳଚ୍ଚିତ୍ର ରାଜ୍ୟରେ ପ୍ରଦର୍ଶିତ ହେବ ନାହିଁ । 

ଏହି ବିବାଦ ଗତ ସପ୍ତାହରେ ଆରମ୍ଭ ହୋଇଥିଲା, ଯେତେବେଳେ କମଲ ହାସନ ଏକ ସାକ୍ଷାତକାରରେ କହିଥିଲେ, କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ଦକ୍ଷିଣ ଭାରତର ଅନ୍ୟ ରାଜ୍ୟ ତୁଳନାରେ ପଛରେ ରହିଛି । ଏହି ମନ୍ତବ୍ୟକୁ ନେଇ କର୍ଣ୍ଣାଟକରେ ବିକ୍ଷୋଭ ଓ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା । କନ୍ନଡ଼ ସାଂସ୍କୃତିକ ସଂଗଠନ ଓ ଚଳଚ୍ଚିତ୍ର ଶିଳ୍ପର କଳାକାରମାନେ ଏହାକୁ ଅପମାନଜନକ ବୋଲି କହି ଅଭିନେତାଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲେ । କମଲ ହାସନ କହିଛନ୍ତି, ମୋର ମନ୍ତବ୍ୟକୁ ଭୁଲ ବୁଝାଯାଇଛି । ମୁଁ କନ୍ନଡ଼ ସଂସ୍କୃତିକୁ ଅସମ୍ମାନ କରିବାକୁ ଚାହିନଥିଲି । ଏହି ନିଷ୍ପତ୍ତି କର୍ଣ୍ଣାଟକରେ କମଲ ହାସନଙ୍କ ଆଗାମୀ ଚଳଚ୍ଚିତ୍ର ଓ ଚଳଚ୍ଚିତ୍ର ଶିଳ୍ପରେ ପ୍ରଭାବ ପକାଇପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe