କନକ ବ୍ୟୁରୋ: ଅଭିନେତା କମଲ ହାସନଙ୍କ ଆଗାମୀ ଫିଲ୍ମ ’ଠଗ୍ ଲାଇଫ୍’ ଆସନ୍ତା ୫ ତାରିଖରେ ରିଲିଜ୍ ହେବାକୁ ଯାଉଛି । କିନ୍ତୁ ନିଜ ମନ୍ତବ୍ୟକୁ ନେଇ କର୍ଣ୍ଣାଟକରେ ଏହି ଫିଲ୍ମକୁ ବ୍ୟାନ୍ କରାଯିବାକୁ ସେଠିକାର ସରକାର ନିଷତ୍ତି ନେଇଛନ୍ତି । ଅନ୍ୟପଟେ ଏହି ଫିଲ୍ମକୁ କର୍ଣ୍ଣାଟକରେ ମୁକ୍ତିଲାଭ କରିବାକୁ ଦିଆଯାଉ ବୋଲି ଅପିଲ କରି କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କମଲ୍ ହାସନ୍ । 

Advertisment

’ଠଗ୍ ଲାଇଫ୍’ର ରିଲିଜରେ କୌଣସି ବାଧା ସୃଷ୍ଟି ନ କରିବାକୁ କର୍ଣ୍ଣାଟକ ହାଇକୋର୍ଟ ଏଠିକାର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନ କରିଛନ୍ତି କମଲ ହାସନ୍ । ତେବେ ଏଭଳି ଆବେଦନ ପରେ କର୍ଣ୍ଣାଟକ ଫିଲ୍ମ ଚ୍ୟାମ୍ବର ଅଫ୍ କମର୍ସ ସଭାପତି କହିଛନ୍ତି , କମଲଙ୍କର କୋର୍ଟକୁ ଯିବାର ଅଧିକାର ଅଛି କିନ୍ତୁ ତାଙ୍କ ଫିଲ୍ମ କର୍ଣ୍ଣାଟକରେ ରିଲିଜ୍ କରାଯିବ ନାହିଁ । 

କମଲ ହାସନ୍ କିଛି ଦିନ ତଳେ ଏଭଳି ଏକ ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ କର୍ଣ୍ଣାଟକରେ ବିବାଦ ଦେଖାଯାଇଥିଲା, ଏହାକୁ ରାଜନୀତିର ରୂପ ମଧ୍ୟ ଦିଆଯାଇଥିଲା । କନ୍ନଡ ତାମିଲ ଭାଷାରୁ ଜନ୍ମିତ ବୋଲି କହିଥିଲେ କମଲ । ଏହି ମନ୍ତବ୍ୟ ପାଇଁ ରାଜ୍ୟବାସୀ ତାଙ୍କ ଉପରେ କ୍ଷୋଭ ପ୍ରକାଶ ସହ କମଲ କ୍ଷମା ନ ମାଗିବା ଯାଏ ତାଙ୍କ ଫିଲ୍ମ ’ଠଗ୍ ଲାଇଫ୍’ ରାଜ୍ୟରେ ରିଲିଜ୍ ହୋଇପାରିବ ନାହିଁ ବୋଲି କେଏଫସିସି ଘୋଷଣା କରିଥିଲା ।